ରାସ୍ତା ଉନ୍ନତୀକରଣ ନ ହେଲେ ଭୋଟ ବର୍ଜନ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ଅନ୍ତର୍ଗତ ପଣ୍ଡରୀପଥର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ଧରି ରାସ୍ତା ଶୋଚନୀୟ ହୋଇପଡ଼ିଥିବା ସତ୍ତ୍ବେ ରାସ୍ତାର ଉନ୍ନତhକରଣ ପାଇଁ କିଛି ପଦକ୍ଷେପ ନିଆଯାଉନାହିଁ। ଏଭଳି ଅଭିଯୋଗ କରି ସ୍ଥାନୀୟ ମହିଳାମାନେ ସୋମବାର ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ରାସ୍ତା ଉନ୍ନତୀକରଣ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାସ୍ତା ଉନ୍ନତୀକରଣ କରା ନ ଗଲେ ଗ୍ରାମବାସୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ପଣ୍ଡରୀପଥର ଗ୍ରାମ ପାଖରେ ୨ ପ୍ରାଥମିକ ସ୍କୁଲ, ୨ ଅଙ୍ଗନୱାଡ଼ି କେନ୍ଦ୍ର, ଗୋଟିଏ କୁଷ୍ଠାଶ୍ରମ, ପଞ୍ଚାୟତ କଲେଜ, ରୁହୁଣିଆ ହାଇସ୍କୁଲ ଆଦି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ସବୁଦିନ ବହୁଲୋକ, ଛାତ୍ରୀଛାତ୍ର ଯିବାଆସିବା କରିଥାନ୍ତି। କିନ୍ତୁ ରାସ୍ତାର ଦୁରବସ୍ଥା ଏଭଳି ହୋଇଛି ରାସ୍ତାରେ ଆମ୍ବୁଲାନ୍ସ କିମ୍ବା ୪ଚକିଆ ଗାଡ଼ି ଯିବା ତ ଦୂରର କଥା, ସାଇକେଲ ଆରୋହୀ ଯିବା କଷ୍ଟସାଧ୍ୟ ହୋଇପଡ଼ିଛି। ଏପରିକି ସେହି ରାସ୍ତାରେ ଯାତାୟାତ ବେଳେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଗତ କିଛିଦିନ ତଳେ ସାଇକେଲରେ ଯାଉଥିବାବେଳେ ଜଣେ ପଡ଼ିଯିବାରୁ ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ପଡ଼ାବାସୀ କହିଛନ୍ତି। ଏଭଳିସ୍ଥଳେ ଗ୍ରାମବାସୀ ଶ୍ରମଦାନ କରି ଗତ ୨୦ତାରିଖରେ ଉକ୍ତ ରାସ୍ତା ମରାମତି କରିଛନ୍ତି। କିନ୍ତୁ ତାହା ସ୍ଥାୟୀ ମରାମତି ହୋଇ ନ ଥିବା ଯୋଗୁ ରାସ୍ତାର ଉନ୍ନତୀକରଣ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ମେରିୟମ ବାର୍ଲାଙ୍କ ନେତୃତ୍ୱରେ ମହିଳାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ପ୍ରଭୁ ରାମଙ୍କ ସୂର୍ଯ୍ୟାଭିଷେକ: ଦେଖିବାକୁ ପ୍ରବଳ ଭିଡ଼

ନୂଆଦିଲ୍ଲୀ,୨୭।୩: ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା।…

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ପ୍ରଫେସର, ତା’ପରେ ଯାହା ଘଟିଲା… କ୍ୟାମ୍ପସରେ ହଇଚଇ

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁ ଗ୍ରାମୀଣ ଜିଲାର ଟି. ବେଗୁରରେ ଥିବା ଶ୍ରୀ ସିଦ୍ଧାର୍ଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ବୁଧବାର ଏକ ଅଜବ ଏବଂ…

ଇରାନକୁ ବୋକା ବନାଉଛି ଆମେରିକା? ବୁଝନ୍ତୁ ଟ୍ରମ୍ପଙ୍କ ଡବଲ ଗେମ

ଓ୍ବାଶିଂଟନ,୨୭।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି। ଏହି ସମୟରେ, ଆମେରିକାର ରଣନୀତି ଉପରେ ନଜର ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ: ଗୁଜବ ଉପରେ…

ଭୁବନେଶ୍ୱର,୨୭।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ।…

ଆମକୁ କତାର ଭାବନ୍ତୁ ନାହିଁ, କାହିଁକି ଇସ୍ରାଏଲକୁ ଧମକାଇଲା ପାକିସ୍ତାନ? କହିଲା…

ଇସଲାମାବାଦ,୨୭।୩: ଇରାନ ଯୁଦ୍ଧ ମଧ୍ୟରେ, ପାକିସ୍ତାନ ଆମେରିକାର ମିତ୍ର ଇସ୍ରାଏଲକୁ ଧମକ ଦେଇଛି। ପାକିସ୍ତାନ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଏହା କତାର ନୁହେଁ ଯେ…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri