ମାଉଥ ଫ୍ରେସନର ଖାଇ ରକ୍ତବାନ୍ତି

ନୂଆଦିଲ୍ଲୀ,୫।୩: ଗୁରୁଗ୍ରାମର ଏକ ରେସ୍ତୋରାଁରେ ଖାଇବା ପରେ ପାଞ୍ଚ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ। କୁହାଯାଏ ଯେ ଶୁଖିଲା ବରଫ ମିଶ୍ରିତ ମାଉଥ୍‌ ଫ୍ରେନ୍ସରରେ ମିଶ୍ରିତ ହୋଇଥିଲା, ସେମାନେ ଏହାକୁ ଖାଇବା ମାତ୍ରେ ପାଟିରୁ ରକ୍ତସ୍ରାବ ଆରମ୍ଭ କଲେ ଏବଂ ସମସ୍ତଙ୍କର ବାନ୍ତି ହୋଇଥିଲା।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରେଟର ନୋଏଡା ନିବାସୀ ଅଙ୍କିତ କୁମାରଙ୍କ ଅଭିଯୋଗ ଅନୁଯାୟୀ ସେ ଶନିବାର ଗୁରୁଗ୍ରାମର ସେକ୍ଟର ୯୦ରେ ଥିବା ଏକ ରେସ୍ତୋରାଁରେ ତାଙ୍କ ପତ୍ନୀ ଏବଂ ଚାରିଜଣ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ।
ରାତ୍ରୀ ଭୋଜନ ପରେ ସେଠାରେ ଜଣେ ୱେଟର ମାଉଥ ଫ୍ରେନ୍ସର ଆଣିଥିଲେ ପାଞ୍ଚ ଜଣ ଏହାକୁ ଖାଇଥଲେ ବୋଲି କୁମାର କହିଛନ୍ତି। ମାଉଥ୍‌ ଫ୍ରେନ୍ସର ଖାଇବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଦେଖି ସେଠାକାର ସମସ୍ତ କର୍ମଚାରୀ ପଳାଇ ଯାଇଥିଲେ।
ଅଭିଯୋଗକାରୀ କହିଛନ୍ତି, ମୁଁ ଜଣେ ଡାକ୍ତରଙ୍କୁ ମାଉଥ୍‌ ଫ୍ରେନ୍ସର ପ୍ୟାକେଟ ଦେଖାଇଥିଲି, ସେ କହିଥିଲେ ଯେ ଏହା ଶୁଖିଲା ବରଫ। ଡାକ୍ତରଙ୍କ ଅନୁଯାୟୀ ଏହା ଏକ ଏସିଡ ଯାହା ମୃତ୍ୟୁର କାରଣ ହୋଇପାରେ।
ଏହା ପରେ ଅଙ୍କିତ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ କହିଛି ଯେ ମାଉଥ ଫ୍ରେନ୍ସର ଖାଇବା ପରେ ୫ଜଣ ଲୋକ ମୁହଁରେ ଜଳୁଥିବା ସେନସେସ, ପାଟିରୁ ରକ୍ତସ୍ରାବ ଏବଂ ବାନ୍ତି କରୁଥିବା ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ଅସୁସ୍ଥ ଥିବା ୫ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରବିବାର ଖେଡକି ଦୌଲା ପୋଲିସ ଷ୍ଟେଶନରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୨୮(ବିଷ ଦ୍ୱାରା ଆଘାତପ୍ରାପ୍ତ) ଏବଂ ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି ବୋଲି ପୋଲିସ କହିଛି।

Share