Categories: ବାଣିଜ୍ୟ

ନାଲ୍‌କୋ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର,୨।୩: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ଏବଂ ସାମାଜିକ ଅନୁଷ୍ଠାନ ନାଲ୍‌କୋ ମହିଳା ସମିତିର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ବିଶେଷ କରି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ତଥା ଆଗାମୀ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ସ୍ଥାନୀୟ ନାଲ୍‌କୋନଗରଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ରକ୍ତଦାନ ଶିବିରକୁ ନାଲ୍‌କୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ରଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ନାଲ୍‌କୋ କର୍ମଚାରୀଙ୍କ ସମେତ କମ୍ପାନୀର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀ ଓ ପରିବାରବର୍ଗ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସେହିଭଳି କଟକ ସ୍ଥିତ କେନ୍ଦ୍ରୀୟ ରେଡ୍‌କ୍ରସ ରକ୍ତଭଣ୍ଡାର ସହଯୋଗରେ ସମୁଦାୟ ୬୮ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି।

Share