ମୋଦିଙ୍କ ସହ କଥା ହେଲେ ଜେଲେନ୍‌ସ୍କି: କହିଲେ…

କିଭ୍‌/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଭୋଲୋଡିମିର ଜେଲେନ୍‌ସ୍କି ମୋଦିଙ୍କ ସହ କଥା ହୋଇ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନର ରୁଷିଆ ସଂଘ ବର୍ତ୍ତମାନ ରୁଷିଆ ରାଷ୍ଟ୍ରପତିଙ୍କ ସହ କୌଣସି ଆଲୋଚନା କରିବ ନାହିଁ। ୟୁକ୍ରେନର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ ଭାରତର ସମର୍ଥନ ପାଇଁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ପୂର୍ବରୁ ମୋଦି ଦେଇଥିବା ବୟାନ, ‘ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ’ ଉପରେ ଜେଲେନ୍‌ସ୍କି ଗୁରୁତ୍ୱ ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନ ଅଞ୍ଚଳକୁ ବେଆଇନ ଭାବେ ଦଖଲ କରିବାକୁ ଚେଷ୍ଟା କରିବା ନିଷ୍ପତ୍ତି ଠିକ ନୁହେଁ ଏବଂ ଏହା ବାସ୍ତବତାକୁ ପରିବର୍ତ୍ତନ କରିପାରିବ ନାହିଁ ଜେଲେନ୍‌ସ୍କି କହିଛନ୍ତି। ଏଥିସହ ଅସ୍ଥାୟୀ ଭାବେ ଅଧିକୃତ ଅଞ୍ଚଳରେ ରୁଷିଆର ଜନମତ ସଂଗ୍ରହକୁ ମଧ୍ୟ ସେ ନିନ୍ଦା କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ୟୁକ୍ରେନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ କୌଣସି ଆଲୋଚନା କରିବ ନାହିଁ। କିନ୍ତୁ କଥାବାର୍ତ୍ତା ମାଧ୍ୟମରେ ଆମ ଦେଶ ସର୍ବଦା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରତିବଦ୍ଧ ବୋଲି ଜେଲେନ୍‌ସ୍କି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫଲ୍‌ସ ଫ୍ଲାଗ୍‌ ଆଟାକ୍‌ ଯୋଜନା କରୁଛି ରୁଷିଆ: ଜେଲେନ୍‌ସ୍କି

ମସ୍କୋ/କିଭ୍‌, ୨୬ା୧୦: ୟୁକ୍ରେନ୍‌ ଉପରେ ରୁଷିଆ ୮ମାସ ଧରି ଆକ୍ରମଣ ଜାରି ରଖିଥିବା ବେଳେ କିଭ୍‌ ରେଡିଓଆକ୍ଟିଭ୍‌ ବିକିରଣ ପାଇଁ ‘ଡାର୍ଟି ବମ୍ବ’ ବ୍ୟବହାର କରିପାରେ...

ପାରମ୍ପରିକ ପୋଷାକ ପିନ୍ଧି ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ମାମଲାପୁରମ,୧୧।୧୦: ତାମିଲନାଡୁର ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି। ଏହି ସମୟରେ ମୋଦି ତାମିଲନାଡୁର ପାରମ୍ପରିକ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୧।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ...

ମୋଦି-ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ…

ନୋଏଡା ,୫।୪ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିବାକୁ ଧମକ ଦେବା ପ୍ରସଙ୍ଗ ସାମ୍ନାକୁ ଆସିଛି।...

ପାକିସ୍ତାନ ବନ୍ୟା: ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସେନା ହେଲିକପ୍ଟର ନିଖୋଜ

ଇସଲାମାବାଦ,୨ ।୮: ପାକିସ୍ତାନର ଏକ ସେନା ହେଲିକପ୍ଟର ସୋମବାର ନିଖୋଜ ହୋଇଯାଇଛି । ସେନାର ମିଡିଆ ୱିଙ୍ଗ ଟୁଇଟରରେ ସୂଚନାଦେଇ କହିଛନ୍ତି, ଏଭିଏଶନ ହେଲିକପ୍ଟର ବେଲୁଚିସ୍ତାନର...

ୟେମେନ୍‌ ଗୃହଯୁଦ୍ଧ: ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ନେଇଛି; ୫ ଲକ୍ଷ ଛାଡ଼ିଛନ୍ତି ସ୍କୁଲ

ସାନା,୨୪।୧୦: ୟେମେନ୍‌ରେ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁ ଇତିମଧ୍ୟରେ ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ଯାଇଛି। ସେହିପରି ୫ ଲକ୍ଷରୁ ଅଧିକ ଶିଶୁ ସ୍କୁଲ...

ପୋକ୍ସୋ ଆକ୍ଟରୁ ଉଠିଯାଉ କ୍ଷମା ଆବେଦନ: ରାଷ୍ଟ୍ରପତି

ଜୟପୁର,୬।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପୋକ୍ସୋ ଆକ୍ଟରେ ଅଭିଯୁକ୍ତଙ୍କୁ କ୍ଷମା ମିଳିବା ଉଚିତ ନୁହେଁ। ଏଭଳି...

ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ବାଲିୟର ରୋଡରେ ବରୋଲି ଅହିର ବ୍ଲକ୍‌ର ୧୧ଟି ଗାରଁ ଦୁଃଖ କହିଲେ ନ ସରେ। ଏହି ସବୁ ଗାଁରେ...

Advertisement
Archives

Model This Week