ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ, ରୁଷିଆର ୨୦ ହଜାର ସେନାଙ୍କର ହେଲାଣି ମୃତ୍ୟୁ: ଜେଲେନ୍‌ସ୍କି

କ୍ୱିଭ,୧୭ ।୬: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହୋଇଛି । ଏହାରି ଭିତରେ ଉଭୟ ଦେଶ ବହୁ କ୍ଷତି ସହିଲାଣି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି ଏହି ଯୁଦ୍ଧରେ ଉଭୟ ଦେଶ ବହୁ ସେନାଙ୍କୁ ହରାଇଲାଣି । ୟୁକ୍ରେନର ୩୦୦୦ ସେନାଙ୍କର ମୃତ୍ୟୁ ହୋଇଥିବା ବେଳେ ରୁଷିଆର ୧୯-୨୦ ହଜାର ସେନାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି । ୟୁକ୍ରେନ୍ ପ୍ରଥମଥର ପାଇଁ ତା’ର ମୃତ ସେନାଙ୍କର ତଥ୍ୟ ଦେଇଛି । ଇତିମଧ୍ୟରେ ରୁଷିଆ ସେନା କ୍ୱିଭ ଓ ପଶ୍ଚିମ ସହର ଲବିବିରେ ଶନିବାର ପୁଣି ବିସ୍ଫୋରଣ କରିଛନ୍ତି ।
ଜେଲେନସ୍କି ଅନୁମାନ କରିଛନ୍ତି କି ରୁଷିଆ ପରମାଣୁ ଆକ୍ରମଣ କରିପାରେ । ୟୁକ୍ରେନ୍ ରାଷ୍ଟ୍ରପତି ମୃତାହତ ଅବା କ୍ଷୟକ୍ଷତି ସମ୍ପର୍କରେ ତତ୍‌କାଳ କୌଣସି ବିବରଣୀ ଦେଇ ନାହାନ୍ତି । ସୂଚନାଯୋଗ୍ୟ, ଗତ ମାସରେ ରୁଷିଆ କହିଥିଲା କି ଯୁଦ୍ଧରେ ତା’ର ୧,୩୫୧ ସେନାଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୮୨୫ ଜଣ ଆହତ ହୋଇଛନ୍ତି । ପଶ୍ଚିମ ଦେଶ ଅନୁମାନ କରୁଛି କି ଏହି ଯୁଦ୍ଧରେ ରୁଷିଆର ହଜାର ହଜାର ସେନାଙ୍କର ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି ।

Share