ଆଗ୍ନେୟଗିର ଉଦ୍‌ଗୀରଣ: ୩ ଦିନ ଧରି ଅବସ୍ଥା ଅସମ୍ଭାଳ…

ଓ୍ବାଶିଂଟନ,୧୨।୧୨ : କେନ୍ଦ୍ରୀୟ ଆମେରିକାର ଗ୍ବାଟେମାଲାରେ ଏକ ସକ୍ରିୟ ଆଗ୍ନେୟଗିରିରୁ ହୋଇଥିବା ଉଦ୍‌ଗୀରଣ ଯୋଗୁ ଗତ ୩ ଦିନ ଧରି ସ୍ଥିତି ଅସମ୍ଭାଳ ରହିଛି। ଆଗ୍ନେୟଗିରିରୁ ଲାଭା ଏବଂ ପାଉଁଶ ୨ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ଆଗ୍ନେୟଗିରି ଉଦ୍‌ଗୀରଣ ପରେ ଦେଶର ବୃହତ୍ତମ ବିମାନବନ୍ଦର ଏବଂ ଗ୍ବାଟେମାଲା ସହରର ଏକ ପ୍ରମୁଖ ରାଜପଥକୁ ସାମୟିକ ଭାବେ ବନ୍ଦ କରିବାକୁ ପଡିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ଠାରୁ ରବିବାର ପର୍ଯ୍ୟନ୍ତ ଫୁଏଗୋ ଆଗ୍ନେୟଗିର ସକ୍ରିୟ ରହିଥିଲା। ଏଥି ଯୋଗୁ ସୃଷ୍ଟି ହୋଇଥିବା ପାଉଁଶ ପବନ ଯୋଗୁଁ ଊଡି ୩୫ କିଲୋମିଟର ଦୂରରେ ଥିବା ଗ୍ବାଟେମାଲା ସହରରେ ପହଞ୍ଚିଛି।

ସିଭିଲ ଏରୋନେଟିକ୍ସର ମହାନିର୍ଦ୍ଦେଶକ ଏକ ବିବୃତ୍ତିରେ କହିଛନ୍ତି ଯେ ଆଗ୍ନେୟଗିରି ଉଦ୍‌ଗୀରଣ ପରେ ରନୱେ ପାଉଁଶ ଆଚ୍ଛାଦିତ ହେବା କାରଣରୁ ଗ୍ବାଟେମାଲା ସହରର ୬ କିଲୋମିଟର ଦକ୍ଷିଣରେ ଥିବା ଲା ଅରୋରା ଅନ୍ତର୍ଜାତୀୟ ବିମାନବନ୍ଦର ସାମୟିକ ଭାବେ ବନ୍ଦ ହୋଇଯାଇଛି। ଖବର ଅନୁଯାୟୀ, ପ୍ରତିକୂଳ ପରିସ୍ଥିତି ଯୋଗୁଁ ଆସୁଥିବା ବିମାନକୁ ଡାଇଭର୍ଟ କରିବାକୁ ପଡୁଛି।

Share