ୟୁନିୟନ ବ୍ୟାଙ୍କ୍‌ ପକ୍ଷରୁ ଭଏସ୍‌ ବ୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୨।୨: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭଏସ୍‌ ବ୍ୟାଙ୍କିଙ୍ଗ୍‌ ସେବାର ଶୁଭାରମ୍ଭ କରାଯାଇଛି। ଅତ୍ୟାଧୁନିକ ଉପାୟରେ ବ୍ୟାଙ୍କର ସେବା ଓ ସୁବିଧାକୁ ସହଳ ଭାବେ ପହଞ୍ଚାଇବା ଆଶାରେ ‘ୟୁନିୟନ ବ୍ୟାଙ୍କ ଭଏସ୍‌ ଆସିଷ୍ଟାଣ୍ଟ’ (ୟୁବା)ର ବ୍ୟବହାରକୁ ଗୁରୁତ୍ୱାରୋପ କରାଯାଇଛି। ସେହିଭଳି ୟୁବା ଗ୍ରାହକଙ୍କ ପାଖରେ ଭଏସ୍‌ କମାଣ୍ଡ ମାଧ୍ୟମରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବାର ଏକ ଅଭିନବ ଉପାୟ । ଏ ସମ୍ପର୍କରେ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଏ. ମଣିମେଖାଲାଇ କହିଛନ୍ତି, ଗ୍ରାହକମାନେ ଚେକ୍‌ ବୁକ୍‌ ପାଇଁ ଅନୁରୋଧ, ଚେକ୍‌ ସ୍ଥିତି, ଲକର ଭଡ଼ା ଦେୟ, ଡେବିଟ୍‌ କାର୍ଡ ବ୍ଲକ୍‌, ଡେବିଟ୍‌ କାର୍ଡ ଅନ୍‌ବ୍ଲକ୍‌, କ୍ରେଡିଟ୍‌ କାର୍ଡ ବିଲ୍‌ ଦେୟ ଭଳି ବ୍ୟାଙ୍କିଙ୍ଗ୍‌ ସେବାଗୁଡ଼ିକ ଶୀଘ୍ର ୟୁବା ମାଧ୍ୟମରେ ଗ୍ରାହକଙ୍କ ପାଇଁ ଆରମ୍ଭ କରାଯିବ। ଏପରିକି ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ଉତ୍ତମ ଡିଜିଟାଲ ସେବା ପ୍ରଦାନ କରିବାକୁ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ ବୋଲି ଏ. ମଣିମେଖାଲାଇ ମତପ୍ରକାଶ କରିଛନ୍ତି।

ଅପରପକ୍ଷରେ ବ୍ୟାଙ୍କର ପୂର୍ବରୁ ଥିବା ହ୍ବାଟ୍ସଆପ୍‌ ବ୍ୟାଙ୍କିଙ୍ଗ୍‌ (ୟୁଭିକନ୍‌) ସେବା ମାଧ୍ୟମରେ ଗ୍ରାହକଙ୍କ ନିକଟତର ହୋଇପାରିଥିଲା। ଏପରିକି ଲକ୍ଷେରୁ ଅଧିକ ଗ୍ରାହକ ବ୍ୟାଙ୍କ ପରିଦର୍ଶନ ନ କରି ଗ୍ରାମୀଣ କ୍ଷେତ୍ରରେ ଉତ୍ତମ ଡିଜିଟାଲ ସେବା ଉପଲବ୍ଧ କରିପାରିଛନ୍ତି। ବର୍ତ୍ତମାନ ଭଏସ୍‌ ବ୍ୟାଙ୍କିଙ୍ଗ୍‌ ସଲ୍ୟୁସନ ଦ୍ୱାରା ଗ୍ରାହକମାନେ ଆହୁରି ଅଧିକ ସେବା ପାଇପାରିବେ। ଏପରିକି ଯେଉଁଠାରେ ଓ ଯେକୌଣସି ସମୟରେ ନିଜର ଆବଶ୍ୟକତା ଅନୁଯାୟୀ ତୁରନ୍ତ ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ୍‌ ସେବା ପାଇପାରିବେ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମିଟ୍‌-୨୦୨୩’ ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏମ୍‌ଡି ତଥା ସିଇଓ) ଏ.ମଣିମେଖାଲାଇଙ୍କ ଦ୍ୱାରା ‘ଭଏସ୍‌ ବ୍ୟାଙ୍କିଙ୍ଗ୍‌’ର ଶୁଭାରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri