ନବୀନ ଜିନ୍ଦଲଙ୍କୁ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ

ଭୁବନେଶ୍ୱର,୧୨।୨: ଦେଶର ଜଣାଶୁଣା ଭିତ୍ତିଭୂମି ଥିଙ୍କ୍‌ ଟ୍ୟାଙ୍କ୍‌ ଏବଂ ଭିତ୍ତିଭୂମି ଗବେଷଣା ଅଧ୍ୟୟନ ତାଲିମ ଫାଉଣ୍ଡେଶନ ‘ଫାଷ୍ଟ କନ୍‌ଷ୍ଟ୍ରକସନ୍‌ କାଉନସିଲ୍‌’ ପକ୍ଷରୁ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କୁ ‘ଚଳିତ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଉକ୍ତ ସଂସ୍ଥା ଜେଏସ୍‌ପିକୁ ‘ବୃହତ୍‌ ଶିଳ୍ପ ବର୍ଗ’ରେ ୨ୟ ଦ୍ରୁତତମ ବୃଦ୍ଧି ପାଉଥିବା ଇସ୍ପାତ କମ୍ପାନୀ ଭାବେ ପୁରସ୍କୃତ କରିଛି। ସେହିଭଳି ଜିନ୍ଦଲ ପାନ୍ଥର ଟିଏମ୍‌ଟି ରିବାରର୍ସକୁ ମଧ୍ୟ ‘ସାର୍ଟିଫିକେଟ୍‌ ଅଫ୍‌ ଅଥେନ୍‌ଟିସିଟି’ ସ୍ବୀକୃତି ପ୍ରଦାନ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଜେଏସ୍‌ପିର ମୁଖ୍ୟ ମାର୍କେଟିଂ ଅଧିକାରୀ ଏସ୍‌.କେ. ପ୍ରଧାନ ନବୀନ ଜିନ୍ଦଲ ଏବଂ ତାଙ୍କ କମ୍ପାନୀ ପକ୍ଷରୁ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଏସ୍‌. କେ. ପ୍ରଧାନ ଏହି ପରିପ୍ରେକ୍ଷୀରେ ନବୀନ ଜିନ୍ଦଲଙ୍କ ଠାରୁ ମିଳିଥିବା ବାର୍ତ୍ତା ସମସ୍ତଙ୍କୁ ଶୁଣାଇଥିଲେ। ଉକ୍ତ ବାର୍ତ୍ତାରେ ନବୀନ ଜିନ୍ଦଲ କହିଥିଲେ, ଜେଏସ୍‌ପି ହେଉଛି ରାଷ୍ଟ୍ର ନିର୍ମାଣ ପାଇଁ ଏକ ଉସତ୍ର୍ଗୀକୃତ କମ୍ପାନୀ ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri