Categories: ବାଣିଜ୍ୟ

ଭୋଡାଫୋନ୍‌ ଆଇଡିଆର ଧମାକା ଅଫର୍‌: ମାତ୍ର ୨.୮ ଟଙ୍କାରେ ମିଳୁଛି ୧ ଜିବି ଡାଟା

ନୂଆଦିଲ୍ଲୀ,୧୬।୧: ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ପ୍ଲାନ୍‌ ଆଣିଛି। ଏହି ଯୋଜନାରେ ବ୍ୟବହାରକାରୀଙ୍କୁ ମାତ୍ର ୨.୦୮ ଟଙ୍କାରେ ୧ଜିବି ଡାଟା ମିଳିବ। ଏହାଛଡ଼ା ଓଟିଟି ସବ୍‌ସ୍କ୍ରିପ୍‌ସନ ସମେତ ଅନେକ ସୁବିଧାର ଲାଭ ମଧ୍ୟ ମିଳିବ। ତେବେ ଏଠାରେ ଆମେ ଭିଆଇର ୬୯୯ ଟଙ୍କାର ପ୍ରିପେଡ୍‌ ପ୍ଲାନ ବିଷୟରେ କହୁଛୁ।

୮୪ ଦିନ ଭାଲିଡିଟି ଥିବା ୬୯୯ ଟଙ୍କା ପ୍ଲାନ ମହଙ୍ଗା ଲାଗୁଥିଲେ ହେଁ ପ୍ରକୃତରେ ଏହା ବହୁତ ଶସ୍ତାରେ ଡାଟା ପ୍ରଦାନ କରୁଛି। ଏହି ପ୍ଲାନରେ ପ୍ରତିଦିନ ‘ଡବଲ୍‌ ଡାଟା ଅଫର୍‌’ ଯୋଗୁ ୪ଜିବି ଡାଟା ମିଳିବ। ଏଥିସହ ଭାରତର ସମସ୍ତ ନେଟଓ୍ବାର୍କକୁ ଅସିମୀତ ଭୟସ କଲିଂ ଏବଂ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମିଳିବ।

ଡାଟା ଦେଖିଲେ ଗ୍ରାହକଙ୍କୁ ୮୪ ଦିନ ପାଇଁ ୩୩୬ ଜିବି ଡାଟା ମିଳିବ। ପ୍ଲାନ ମୂଲ୍ୟକୁ ଦୈନିକ ଡାଟା ସହ ଭାଗକଲେ ପ୍ରତ୍ୟେକ ଜିବି ଡାଟା ପାଇଁ ମାତ୍ର ୨.୦୮ ଟଙ୍କା ଗ୍ରାହକଙ୍କ ଦେବାକୁ ପଡ଼ିବ। ଏହା ଅନ୍‌ ଅପରେଟରଙ୍କ ପ୍ଲାନଠାରୁ ବହୁତ କମ୍‌ ବୋଲି କୁହାଯାଉଛି।

Share