୬କେଶର ଦାମ୍‌ ୧୦ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୯।୫: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରକ୍‌ଷ୍ଟାରଙ୍କ ମଧ୍ୟରେ ଆମେରିକାର ଗାୟକ କୁର୍ଟ କୋବେନ ଅନ୍ୟତମ। କୁର୍ଟ ଜଣେ ଗୀତିକାର ଓ ଗିଟାରିଷ୍ଟ ହେବା ସହ ନିର୍ବାଣା ବ୍ୟାଣ୍ଡର ମୁଖ୍ୟ ସସଦସ୍ୟ ଥିଲେ। ୧୯୯୪ରେ ମାତ୍ର ୨୭ବର୍ଷରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କର ଦେହାନ୍ତ ହୋଇଯାଇଛି ସତ ହେଲେ ଆଜି ବି ସେ ନିଜ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ଆଜି ବି ତାଙ୍କ ଲୋକପ୍ରିୟତା କମ୍‌ ହୋଇନାହିଁ। ତାଙ୍କର କ୍ରେଜ୍‌ ଏଭଳି ରହିଛି ଯେ, ଲୋକମାନେ ତାଙ୍କ ସହ ଜଡିତ ଥିବା କୌଣସି ଜିନିଷ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ରାଜି ଅଛନ୍ତି। ଏହା କହିବାର ତାତ୍ପର୍ଯ୍ୟ ହେଉଛି, ନିକଟରେ କୁର୍ଟଙ୍କ ମାତ୍ର ୬ଟି କେଶକୁ ନିଲାମ କରାଯାଇଥିଲା। ତାଙ୍କର ୬ଟି କେଶକୁ ୧୪୧୪୫ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୧୦ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଦୀର୍ଘ ବର୍ଷ ଧରି ତାଙ୍କର ଏହି କେଶକୁ ଏକ ପ୍ଲାଷ୍ଟିକରେ ସମ୍ଭାଳିକି ରଖାଯାଇଥିଲା।

ଏହାପୂର୍ବରୁ ୨୦୨୦ ଜୁନରେ ତାଙ୍କର ଗିଟାରକୁ ୬ମିଲିୟନ୍‌ ଡଲାର ବା ୪୪କୋଟି ଟଙ୍କାରେ ନିଲାମ ହୋଇଥିଲା। ଏହା ନିଲାମର ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଗିଟାର ଭାବେ ବେଶ୍‌ ଜଣାଶୁଣା। ସୂଚନା ମୁତାବକ ନିର୍ବାଣା ପୂର୍ବରୁ ଏବଂ ନିଜ ଆଲବମ୍‌ ରିଲିଜ୍‌ ହେବାର ୪ମାସ ପରେ କୁର୍ଟ ନିଜର କେଶ କାଟିଥିଲେ। ସେହି ସମୟରେ ତାଙ୍କ ଆଲବମ୍‌ ସୁପରହିଟ୍‌ ହୋଇଥିବା ବେଳେ ରାତାରାତି ସେ ସୁପରଷ୍ଟାର ହୋଇଯାଇଥିଲେ। ଏହାପରେ ତାଙ୍କ ସହ ଜଡିତ ସମସ୍ତ ଜିନିଷ ଏକ ବ୍ରାଣ୍ଡ ଭାବେ ପରିଗଣିତ ହୋଇଥିଲା। ଜାଣିଛନ୍ତି କି, କୁର୍ଟଙ୍କ ଏହି ହେୟାର କଟ୍‌ ଇଂଲଣ୍ଡରେ ଥିବା ତାଙ୍କର ଜଣେ ବନ୍ଧୁ କରିଥିଲେ।

Share