୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ବସିବେ ପୁଟିନ !

ମସ୍କୋ,୨।୭: ସମ୍ବିଧାନ ସଂଶୋଧନକୁ ନେଇ ହୋଇଥିବା ଭୋଟିଂରେ ପ୍ରମାଣିତ ହୋଇଛି ଯେ ରୁଷିଆର ରାଷ୍ଟ୍ରପତି ପଦ ପାଇଁ ଭ୍ଲାଡିମିର ପୁଟିନ ହେଉଛନ୍ତି ଦାବିଦାର। ଆଜିବି ତାଙ୍କ ଆଧିପତ୍ୟ ଅତୁଟ ରହିଛି। ବୁଧବାର ରୁଷିଆର ସମ୍ବିଧାନ ସଂଶୋଧନ ପାଇଁ ହୋଇଥିବା ଜନମତ ସଂଗ୍ରହ ଅଭିଯାନ ଶେଷ ହୋଇଥିଲା। ଏଥିରେ ପ୍ରାୟ ୬୦ ପ୍ରତିଶତ ଭୋଟର ମତଦାନ କରିଥିଲେ। ଏଥିମଧ୍ୟରୁ ପ୍ରାୟ ୭୬ ପ୍ରତିଶତଙ୍କ ମତ ଥିଲା ଯେ ୨୦୩୬ ପର୍ଯ୍ୟନ୍ତ ପୁଟିନ ରାଷ୍ଟ୍ରପତି ଭାବେ ଶାସନ କରନ୍ତୁ। ସୂଚନାଯୋଗ୍ୟ, ଏହି ଭୋଟିଂ ଅନ୍‌ଲାଇନରେ କରାଯାଇଥିଲା। ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଭୋଟିଂ ଅଭିଯାନର ଫଳାଫଳ ଘୋଷଣା କରାଯାଇ ନ ଥିବା ବେଳେ ସରକାରୀ ଏଜେନ୍ସି ବସ୍ତୋମର ସର୍ଭେରୁ ଅନୁମାନ କରାଯାଇଛି କି ପୁଟିନଙ୍କୁ ବହୁମତ ମିଳିଛି। ଯଦି ଏହି ଅନୁମାନ ସତ ହୁଏ ତେବେ ପୁଟିନ ପୁଣିଥରେ ରାଷ୍ଟ୍ରପତି ଆସନରେ ବସିବେ। ଯଦି ସମ୍ବିଧାନ ସଂଶୋଧନ କରା ନ ଯାଏ ତେବେ ପୁଟିନଙ୍କ କାର୍ଯ୍ୟକାଳ ୨୦୨୪ରେ ସରି ଯାଉଥିବା ବେଳେ ସେ ପୁଣିଥରେ ନିର୍ବାଚନ ଲଢି ପାରିବେ ନାହିଁ।

Share