ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ

ମସ୍କୋ,୬ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଚାଡି ପାରନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି କି ପୁଟିନ ପାର୍କିନସନ ରୋଗରେ ପୀଡ଼ିତ ହୋଇଥିବାରୁ ସେ ତାଙ୍କ ପଦ ଛାଡି ପାରନ୍ତି । ତେବେ ମସ୍କୋର ରାଜନୀତିବିଜ୍ଞାନି ୱେଲେରି ସୋଲୋବି କହିଛନ୍ତି ରାଷ୍ଟ୍ରପତିଙ୍କ ୩୭ ବର୍ଷୀୟା ପ୍ରେମିକା ଏଲିନା କାବେବା ଓ ତାଙ୍କର ୨ ଝିଅ ତାଙ୍କୁ ରାଷ୍ଟ୍ରପତି ପଦ ଛାଡିବାକୁ କୁଆଡେ ବାଧ୍ୟ କରୁଛନ୍ତି । ଏ ସମ୍ପର୍କରେ ସେ ଜାନୁୟାରୀରେ ଆନୁଷ୍ଠାନିକ ଭାବେ ଘୋଷଣା କରିପାରନ୍ତି । କାରଣ ନିକଟରେ ମିଳିଥିବା ଏକ ଫୁଟେଜରୁ ଜଣାପଡିଛି ଆଗକୁ ପୁଟିନ ପାର୍କିନସନ ରୋଗରେ ପୀଡ଼ିତ ହୋଇପାରନ୍ତି । କାରଣ ଉକ୍ତ ଫୁଟେଜରେ ପୁତିନଙ୍କ ଗୋଡ ଖୁବ୍ ଜୋରରେ ହଲୁଥିବା ଦେଖାଯାଇଥିଲା । ତେଣୁ ଅତି ବେଶୀରେ ସେ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ବୋଲି ଅନୁମାନ କରାଯାଉଛି ।

Share