ହଟିଲା ପୁଟିନ୍‌ଙ୍କ ମୂର୍ତ୍ତି

ପ୍ୟାରିସ୍‌,୩ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ‘ହିଟ୍‌ଲର’ଙ୍କ ସହ ତୁଳନା କରାଯାଉଛି। ଏପରି କି ବିଭିନ୍ନ ଦେଶରେ ପୁଟିନ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରୁଷିଆ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛନ୍ତି। ଏଭଳି ସ୍ଥିତିରେ ଗୁରୁବାର ଫ୍ରାନ୍ସର ପ୍ୟାରିସ୍‌ ମ୍ୟୁଜିୟମରେ ଥିବା ପୁଟିନ୍‌ଙ୍କ ମହମ ମୂର୍ତ୍ତିକୁ ହଟାଇ ପ୍ରତିବାଦ କରାଯାଇଛି।

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଗ୍ରେଭିନ୍‌ ମ୍ୟୁଜିୟମର ନିର୍ଦ୍ଦେଶକ ଡେଲ୍‌ହୋମ୍ୟୁ କହିଛନ୍ତି। ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ଭଳି ପୁଟିନ୍‌ଙ୍କ ମୂର୍ତ୍ତିକୁ ସଂଗ୍ରହାଳୟରେ ରଖିବାକୁ ଚାହୁଁ ନ ଥିବା ଡେଲ୍‌ହୋମ୍ୟୁ ପ୍ରକାଶ କରିଛନ୍ତି। ଏଥିସହ ପୁଟିନ୍‌ଙ୍କ ସ୍ଥାନରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ମୂର୍ତ୍ତି ରଖାଯିବାକୁ ଯୋଜନା ହୋଇଥିବା ଜଣାଯାଇଛି।

Share