ୟୁକ୍ରେନକୁ ନୂଆ ସିରିଆ କରିବାକୁ ଚାହୁଁଛି ଆମେରିକା: ପୁଟିନ

ମସ୍କୋ,୨୧ ।୨: ରୁଷିଆ ୟକ୍ରେନ୍ ଯୁଦ୍ଧକୁ ଆଉ ୩ ଦିନ ପରେ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏବେବି ରୁଷିଆ ୟୁକ୍ରେନ୍ ଉପରେ ପ୍ରଥମ ଦିନର ଯୁଦ୍ଧ ଭଳି ଆକ୍ରମଣ କରି ଚାଲିଛି । ଏହାରି ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେଡରଲ ଆସେମ୍ଲିକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ରୁଷିଆ ଏବେ ଏମିତି ସମୟରେ କିଛି ବାର୍ତ୍ତା ଦେବାକୁ ଯାଉଛି ଯେତେବେଳେ ରୁଷିଆ ଏକ ଅଡୁଆ ପରିସ୍ଥିତିରେ ପହଞ୍ଚିି ଯାଇଛି । ପୁଟିନ କହିଛନ୍ତି ଆଧୁନିକ ବିଶ୍ୱରେ ତଥାକଥିତ ସଭ୍ୟ ଦେଶ ଓ ବାକି ଦେଶ ମଧ୍ୟରେ କୌଣସି ବିଭାଜନ ହେବା ଉଚିତ ନୁହେଁ । ସେ କହିଛନ୍ତି ରୁଷିଆ ବର୍ଷ ବର୍ଷ ଧରି ପଶ୍ଚିମ ଦେଶ ସହ କଥା ହେବାକୁ ତତ୍ପରତା ଦେଖାଇଲା ହେଲେ ଏହାକୁ ଅଣଦେଖା କରାଗଲା ।

Share