ଜିମନାଷ୍ଟ ଗର୍ଲଫ୍ରେଣ୍ଡଙ୍କ ସହ ‘ମହଲ’ରେ ରହୁଛନ୍ତି ପୁଟିନ! ଲାଗିଛି ସୁନାର ଚୌକି, ରିପୋର୍ଟରେ ଦାବି

ମସ୍କୋ,୨ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ତାଙ୍କ ପ୍ରେମିକାଙ୍କ ସହ ରହୁଥିବା କୁହାଯାଉଛି । ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ଜଣେ ଜିମନାଷ୍ଟ । ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ପୁଟିନ ତାଙ୍କ ପ୍ରେମିକାଙ୍କ ସହ ଏକ ବିରାଟ ମହଲରେ ରହୁଛନ୍ତି, ଯେଉଁଠାରେ ତାଙ୍କ ପିଲାଙ୍କ ପାଇଁ ଏକ ଖେଳ ପଡିଆ ରହିଛି । ୩୯ ବର୍ଷିୟ ଜିମନାଷ୍ଟ ଅଲିନା କବାଏବା ଅଲିମ୍ପିକ ରିଦମିକ(ଲୟବଦ୍ଧ ପ୍ରତିଯୋଗୀତାର ଚାମ୍ପିୟାନ ରହିଛନ୍ତି) । ତାଙ୍କ ନାମ ଦୀର୍ଘଦିନ ହେବ ଭ୍ଲାଦିମିର ପୁଟିନଙ୍କ ସହ ଯୋଡି ହୋଇଯାଇଛି । ରୁଷିଆ ମିଡିଆର ସୂଚନା ଅନୁଯାୟୀ, ଏହି ସମ୍ପତ୍ତି ଭାଦ୍ଲାଇ ହିଲରେ ରହିଛି, ଯାହା ମସ୍କୋର ଉତ୍ତର ପଶ୍ଚିମରେ ।

ରିପୋର୍ଟରେ ଦାବି କରାଯାଇଛି କି ପୁଟିନ ସାଇପ୍ରସରେ ଏକ ସ୍ଲେସ ଫଣ୍ଡ ମାଧ୍ୟମରେ ୧୨୦ ମିଲିୟନ ଡଲାରର ସମ୍ପତ୍ତି କ୍ରୟ କରିଛନ୍ତି । ଏଠାରେ ଥିବା ମହଲର ନିର୍ମାଣ କାର୍ଯ୍ୟ ୨୦୨୦ରେ ଆରମ୍ଭ ହୋଇ ୨ ବର୍ଷ ପରେ ଶେଷ ହୋଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ମହଲଟି ପ୍ରାୟ ୧୩.୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ଲମ୍ବିଛି । ଏହା ସମ୍ପୂର୍ଣ୍ଣ ଭାବେ ରୁଷିଆ ଢାଞ୍ଚାର ଶୈଳିରେ କାଠରେ ନିର୍ମାଣ କରାଯାଇଛି ।
ରିପୋର୍ଟରେ ଜଣେ ଅଜଣା ଅଧିକାରୀଙ୍କ ସୂଚନା ଅଧାରରେ କୁହାଯାଇଛି କି ଏହି ମହଲ ପରିସରରେ ପିଲାମାନଙ୍କୁ ଦେଖିବା ସହ ଅଲିନା କବାଏବାଙ୍କ କେତେଜଣ ମହିଳା ସମ୍ପର୍କୀୟଙ୍କୁ ଦେଖିବାକୁ ମିଳିଛି । ସାଇଟ ପକ୍ଷରୁ ଜାରି କରାଯାଇଥିବା କିଛି ଫଟୋରେ ଏକ କାଚ ମେଜ ଓ ଏକ ଗୋଲାକାର ଝୁମରର ଚାରିପଟେ ସୁନାର ଚୌକି ଲାଗିଛି । ଏହାସହ ପୁଟିନଙ୍କ ବେଡରୁମ ଅଧିକ ପାରମ୍ପରିକ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri