ଜିମନାଷ୍ଟ ଗର୍ଲଫ୍ରେଣ୍ଡଙ୍କ ସହ ‘ମହଲ’ରେ ରହୁଛନ୍ତି ପୁଟିନ! ଲାଗିଛି ସୁନାର ଚୌକି, ରିପୋର୍ଟରେ ଦାବି

ମସ୍କୋ,୨ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ତାଙ୍କ ପ୍ରେମିକାଙ୍କ ସହ ରହୁଥିବା କୁହାଯାଉଛି । ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ଜଣେ ଜିମନାଷ୍ଟ । ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ପୁଟିନ ତାଙ୍କ ପ୍ରେମିକାଙ୍କ ସହ ଏକ ବିରାଟ ମହଲରେ ରହୁଛନ୍ତି, ଯେଉଁଠାରେ ତାଙ୍କ ପିଲାଙ୍କ ପାଇଁ ଏକ ଖେଳ ପଡିଆ ରହିଛି । ୩୯ ବର୍ଷିୟ ଜିମନାଷ୍ଟ ଅଲିନା କବାଏବା ଅଲିମ୍ପିକ ରିଦମିକ(ଲୟବଦ୍ଧ ପ୍ରତିଯୋଗୀତାର ଚାମ୍ପିୟାନ ରହିଛନ୍ତି) । ତାଙ୍କ ନାମ ଦୀର୍ଘଦିନ ହେବ ଭ୍ଲାଦିମିର ପୁଟିନଙ୍କ ସହ ଯୋଡି ହୋଇଯାଇଛି । ରୁଷିଆ ମିଡିଆର ସୂଚନା ଅନୁଯାୟୀ, ଏହି ସମ୍ପତ୍ତି ଭାଦ୍ଲାଇ ହିଲରେ ରହିଛି, ଯାହା ମସ୍କୋର ଉତ୍ତର ପଶ୍ଚିମରେ ।

ରିପୋର୍ଟରେ ଦାବି କରାଯାଇଛି କି ପୁଟିନ ସାଇପ୍ରସରେ ଏକ ସ୍ଲେସ ଫଣ୍ଡ ମାଧ୍ୟମରେ ୧୨୦ ମିଲିୟନ ଡଲାରର ସମ୍ପତ୍ତି କ୍ରୟ କରିଛନ୍ତି । ଏଠାରେ ଥିବା ମହଲର ନିର୍ମାଣ କାର୍ଯ୍ୟ ୨୦୨୦ରେ ଆରମ୍ଭ ହୋଇ ୨ ବର୍ଷ ପରେ ଶେଷ ହୋଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ମହଲଟି ପ୍ରାୟ ୧୩.୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ଲମ୍ବିଛି । ଏହା ସମ୍ପୂର୍ଣ୍ଣ ଭାବେ ରୁଷିଆ ଢାଞ୍ଚାର ଶୈଳିରେ କାଠରେ ନିର୍ମାଣ କରାଯାଇଛି ।
ରିପୋର୍ଟରେ ଜଣେ ଅଜଣା ଅଧିକାରୀଙ୍କ ସୂଚନା ଅଧାରରେ କୁହାଯାଇଛି କି ଏହି ମହଲ ପରିସରରେ ପିଲାମାନଙ୍କୁ ଦେଖିବା ସହ ଅଲିନା କବାଏବାଙ୍କ କେତେଜଣ ମହିଳା ସମ୍ପର୍କୀୟଙ୍କୁ ଦେଖିବାକୁ ମିଳିଛି । ସାଇଟ ପକ୍ଷରୁ ଜାରି କରାଯାଇଥିବା କିଛି ଫଟୋରେ ଏକ କାଚ ମେଜ ଓ ଏକ ଗୋଲାକାର ଝୁମରର ଚାରିପଟେ ସୁନାର ଚୌକି ଲାଗିଛି । ଏହାସହ ପୁଟିନଙ୍କ ବେଡରୁମ ଅଧିକ ପାରମ୍ପରିକ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?