ବିଦେଶୀ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ୍‌

ମସ୍କୋ,୨।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନ ଦେଶର ସରକାରୀ ଅଧିକାରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛନ୍ତି। ପୁଟିନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ କାର୍ଯ୍ୟ ସମୟରେ ଅଧିକାରୀମାନଙ୍କୁ ବିଦେଶୀ ଶବ୍ଦ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ପୁଟିନ୍‌ଙ୍କ ନୂତନ ନିୟମ ଅନୁଯାୟୀ ରୁଷିଆର ଅଧିକାରୀମାନେ ଆନୁଷ୍ଠାନିକ ଭାବେ ରୁଷୀୟ ଭାଷାର ବ୍ୟବହାର କରିବାକୁ ବାଧ୍ୟ। ରଏଟର୍ସ ରିପୋର୍ଟ ଅନୁଯାୟୀ, ସରକାରଙ୍କ ଅଫିସିଆଲ ୱେବସାଇଟରେ ଦର୍ଶାଯାଇଛି ଯେ, ରୁଷିଆର ସ୍ଥିତିର ସୁରକ୍ଷା ତଥା ସମର୍ଥନ କରିବା ଏହି ନୂତନ ସଂଶୋଧନର ଉଦ୍ଦେଶ୍ୟ। ଏଥିସହ ଏହା ଲେଖାଯାଇଛି ରୁଷିଆ ଫେଡେରେଶନକୁ ରାଜ୍ୟ ଭାଷା ଭାବେ ବ୍ୟବହାର କରିବା ବେଳେ ଆଧୁନିକ ରୁଷିଆର ଆଦର୍ଶ ସହିତ ମେଳ ଖାଉ ନ ଥିବା କେତେକ ଶବ୍ଦ ଏବଂ ଅଭିବ୍ୟକ୍ତି ବ୍ୟବହାର କରିବାକୁ ଅନୁମତି ଦିଆଯିବନାହିଁ। ତଥାପି, କିଛି ବ୍ୟତିକ୍ରମ ଶବ୍ଦକୁ ଛାଡ଼ ଦିଆଯିବ ବୋଲି ସୂଚନା ରହିଛି। ତେବେ ଏହି ନିର୍ଦ୍ଦେଶ ପରେ ସରକାରୀ ଆୟୋଗ ଏପରି ପ୍ରକାଶନ ପାଇଁ ଆବଶ୍ୟକତା ପ୍ରଦାନ କରୁଥିବା ଏକ ତାଲିକା ସଂକଳନ ଏବଂ ଅନୁମୋଦନ କରିବାକୁ ଏକ ପ୍ରକ୍ରିୟା ଆରମ୍ଭ କରାଯିବ। ଏହାପରେ ଅଭିଧାନଗୁଡିକ କ୍ୟାବିନେଟ ଦ୍ୱାରା ଅନୁମୋଦନ ହେବ ବୋଲି ଜଣାପଡ଼ିଛି।

Share