ଏହି ଯୁବତୀଙ୍କ ପଛରେ ପାଣି ପରି ପଇସା ଖର୍ଚ୍ଚ କରନ୍ତି ପୁଟିନ୍‌

ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଗୁରୁତର ଅଭିଯୋଗ କରିଛନ୍ତି। ତାହା ପୁଣି ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି। ଆଲେକ୍ସି ନାଓ୍ବଲନୀ ନିଜର ବ୍ଲଗରେ କହିଛନ୍ତି, ପୁଟିନଙ୍କ ନିକଟରେ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଘର ଅଛି। ପୁଟିନ୍‌ ତାଙ୍କର ପୂର୍ବତନ ପ୍ରେମିକାଙ୍କ ବ୍ୟତୀତ ଆଉ ଜଣେ ଯୁବତୀଙ୍କ ପଛରେ ପାଣି ପରି ପଇସା ଖର୍ଚ୍ଚ କରୁଛନ୍ତି। ସେ ଲେଖିଛନ୍ତି, ପୁଟିନଙ୍କ ଏହି ଘରେ ଷ୍ଟ୍ରିପ୍‌ କ୍ଲବ, କ୍ୟାସିନୋ, ଡ୍ୟାନ୍ସ ମେଟ୍‌, ସ୍ପା, ଥିଏଟର ଆଦି ରହିଛି।


ଏକ ରିପୋର୍ଟ ଅନୁଯାୟୀ, ୯୦ ଦଶକରେ ଏହି ଯୁବତୀଙ୍କ ମା’ଙ୍କ ସହ ପୁଟିନ୍‌ଙ୍କର ସାକ୍ଷାତ ହୋଇଥିଲା। ପରେ ୨୦୦୩ରେ ଏହି ମହିଳାଙ୍କ ଝିଅ ଜନ୍ମ ହୋଇଥିଲା। ଯାହାଙ୍କ ସହ ବର୍ତ୍ତମାନ ପୁଟିନଙ୍କ ପ୍ରେମ ସମ୍ପର୍କ ରହିଛି।

Share