ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ

ମସ୍କୋ,୨୧।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣିଥରେ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ଏବେ ସେ ତାଙ୍କଠାରୁ ୩୨ ବର୍ଷ ସାନ ଯୁବତୀଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୩୯ ବର୍ଷୀୟ ଏକାତେରିନା କାତ୍ୟା ମିଜୁଲିନା ଜଣେ କଳା ଐତିହାସିକ। ସେ କ୍ରେମଲିନ ସମର୍ଥକ ସେଫ୍‌ ଇଣ୍ଟରନେଟ୍‌ ଲିଗ୍‌ର ମୁଖ୍ୟ। ତାଙ୍କର ମୁଖ୍ୟ କାମ ହେଉଛି ଯେ ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ନେଇ ରୁଷିଆ ଏବଂ ଏହାର ରାଷ୍ଟ୍ରପତିଙ୍କୁ ନେଇ ହେଉଥିବା ଆଲୋଚନା ଉପରେ ନଜର ରଖିବା। ମିଜୁଲିନା ୬୯ ବର୍ଷୀୟ ପୁଟିନଙ୍କ ସମର୍ଥକ ଏବଂ ୟୁକ୍ରେନ୍‌ ବିରୋଧୀ ସିନେଟର ଏଲେନା ମିଜୁଲିନାଙ୍କ ଝିଅ। ରୁଷିଆ ମାନବାଧିକାର ପ୍ରଚାରକ ଓଲ୍‌ଗା ରୋମାନୋଭା ୟୁକ୍ରେନ୍‌ର ଚ୍ୟାନେଲ ୨୪କୁ କହିଛନ୍ତି ଯେ କାତ୍ୟା ମିଜୁଲିନା ପୁଟିନଙ୍କ ନୂଆ ପ୍ରେମିକା। ସେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି।

Ekaterina Mizulina is eyed as Putin's latest love interest

ପୁଟିନଙ୍କୁ ଏବେ ୭୧ ବର୍ଷ ହୋଇଥିବା ବେଳେ ୨୦୧୪ରେ ସେ ୩୦ ବର୍ଷୀୟ ପତ୍ନୀ ଲ୍ୟୁଡମିଲାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ଅଲିମ୍ପିକ ଜିମ୍‌ନାଷ୍ଟିକ ଅଲିନା କାବେବାଙ୍କ ସହ ତାଙ୍କର ସମ୍ପର୍କ ଥିବା ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ଅଲିନାଙ୍କ ଏହି ସମ୍ପର୍କରୁ ୩ ସନ୍ତାନ ଥିବା କୁହାଯାଏ। ଏସବୁ ମଧ୍ୟରେ ଏବେ ରୁଷିଆ ରାଷ୍ଟ୍ରପତି ଆଉ ଜଣଙ୍କ କଣ୍ଢେଇ ପରି ଚେହେରା ଦେଖି ବିମୋହିତ ହୋଇଛନ୍ତି। ନିକଟରେ ଦୁହେଁ ପରସ୍ପରର ନିବିଡ଼ ହୋଇଛନ୍ତି। ପୁଟିନ ତାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ସମ୍ପର୍କକୁ ନେଇ ଏଯାବତ କୌଣସି ଆଧିକାରୀକ ଘୋଷଣା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri