ଶତ୍ରୁଙ୍କ ତାଲିକା ଜାରି କଲା ରୁଷିଆ: ଆମେରିକା-ୟୁକ୍ରେନ ସମେତ ୩୧ଦେଶ ସାମିଲ

ମସ୍କୋ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୨ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ୨ଥର ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିର୍ଷ୍କସ ବାହାରିପାରିନାହିଁ। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆକୁ ଅନେକ ଦେଶମାନଙ୍କର ବିରୋଧର ସାମ୍ନା କରିବାକୁ ପଡ଼ିଛି। ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ଶତ୍ରୁ ଦେଶଙ୍କ ଏକ ତାଲିକା ଜାରି କରିଛନ୍ତି। ଏହି ତାଲିକାରେ ଆମେରିକା, ବ୍ରିଟେନ ଓ ୟୁକ୍ରେନ ସମେତ ୩୧ଟି ଦେଶ ସାମିଲ ରହିଥିବା ଜଣାପଡ଼ିଛି। ଚାଇନାର ଏକ ସରକାରୀ ଗଣମାଧ୍ୟମ ଏନେଇ ଦାବି କରିଛି। ରୁଷିଆ ସରକାର ଶତ୍ରୁ ଦେଶଙ୍କ ଏକ ତାଲିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଚାଇନା ଗଣମାଧ୍ୟମ ଦାବି କରିଛି। ସୂଚନା ମୁତାବକ ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତିଙ୍କୁ ଆମେରିକା ସମେତ ପଶ୍ଚିମ ଦେଶର ବିରୋଧର ସାମ୍ନା କରିବାକୁ ପଡ଼ିଛି। ଏହି ଦେଶଗୁଡ଼ିକ ରୁଷିଆ ଉପରେ ଆର୍ଥିକ ସମେତ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି।

Share