୩ହଜାର ଭାରତୀୟଙ୍କୁ ଅଟକ ରଖିଛି ୟୁକ୍ରେନ: ପୁଟିନ୍‌

ମସ୍କୋ,୩।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଅଟକ ରଖିଛି ବୋଲି ପୁଟିନ୍‌ ଦାବି କରିଛନ୍ତି। ୟୁକ୍ରେନ ସୈନ୍ୟ ବିଦେଶୀମାନଙ୍କୁ ଅଟକ ରଖି ରୁଷିଆ ବିରୋଧରେ ବ୍ୟବହାର କରୁଛି। ଏଥିସହ ପୁଟିନ ଦାବି କରିଛନ୍ତି ଯେ, ୩ହଜାର ଭାରତୀୟଙ୍କୁ ମଧ୍ୟ ୟୁକ୍ରେନ୍‌ ସୈନ୍ୟ ଅଟକ ରଖିଛନ୍ତି। ତେବେ ସେମାନଙ୍କୁ ରୁଷିଆ ସୈନ୍ୟ ମୁକ୍ତ କରିଥିବା ପୁଟିନ୍‌ କହିଛନ୍ତି। ସେହିପରି ୟୁକ୍ରେନ ଦ୍ୱାରା ଚାଇନାର ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଥିବା ବେଳେ ରୁଷିଆ ସୈନ୍ୟ ତାଙ୍କୁ ମଧ୍ୟ ମୁକ୍ତ କରିଥିଲେ। ବିଦେଶୀ ନାଗରିକଙ୍କୁ ଅଟକ ରଖି ସୁରକ୍ଷା ଆଳରେ ୟୁକ୍ରେନ ସେମାନଙ୍କୁ ବ୍ୟବହାର କରୁଥିବା ନେଇ ପୁଟିନ୍‌ ଅଭିଯୋଗ କରିଛନ୍ତି। ୟୁକ୍ରେନ ସୈନ୍ୟ ବିଦେଶୀମାନଙ୍କୁ ୟୁକ୍ରେନ ଛାଡିବାକୁ ଦେଉନାହାଁନ୍ତି। ରୁଷିଆ ସେନା ସାଧାରଣ ନାଗରିକ ଓ ବିଦେଶୀଙ୍କୁ ସେଠାରୁ ବାହାର କରିବାରେ ସାହାଯ୍ୟ କରୁଛି। ଗୁରୁବାର ସୁରକ୍ଷା ପରିଷଦର ବୈଠକ ପରେ ପୁଟିନ୍‌ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନର ଆବାସିକ ଅଞ୍ଚଳରେ ରୁଷିଆ ପକ୍ଷରୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପୁଟିନ୍‌ ସୂଚନା ଦେଇଛନ୍ତି।

Share