କ୍ରିମିଆ ବ୍ରିଜ ବିସ୍ଫୋରଣକୁ ୟୁକ୍ରେନର ଗୁଇନ୍ଦା ସେବା କହିବା ସହ ଏହାକୁ ନିନ୍ଦା କରିଛନ୍ତି ପୁଟିନ

ମସ୍କୋ,୧୦ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଭୟଙ୍କର ପରିସ୍ଥିତିରେ ପହଞ୍ଚିଛି । ଏବେ ରୁଷିଆ ସେନା ଲାଗାତାର କ୍ଷତିର ସାମ୍ନା କରି ଚାଲିଛନ୍ତି । ଶନିବାର ରୁଷିଆ ଓ କ୍ରିମିଆକୁ ଯୋଡୁଥିବା ପୋଲ ଉପରେ ଥିବା ଏକ ଟ୍ରକରେ ରଖାଯାଇଥିବା ବିସ୍ଫୋରକରେ ନିଆଁ ଲାଗିଯିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଏକ ସର୍ବ ବୃହତ୍ତ ପୋଲର ଅଧାଭାଗ ସମୁଦ୍ରରେ ମିଶି ଯାଇଥିଲା । ଏହି ବିସ୍ଫୋରଣ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଏହା ୟୁକ୍ରେନ ଗୁଇନ୍ଦା ସେବାର କାମ । ବିସ୍ଫୋରଣ ପାଇଁ ସେ ୟୁକ୍ରେନ ଗୁଇନ୍ଦା ସେବାକୁ ଦାୟୀ କରିବା ସହ ଏହାର ଘୋର ନିନ୍ଦା କରିଛନ୍ତି ।
କ୍ରେମଲିନ ଦ୍ୱାରା ରବିବାର ଜାରି କରାଯାଇଥିବା ଏକ ଭିଡିଓ ଅନୁଯାୟୀ, ଯାଞ୍ଚ ସମିତିର ମୁଖ୍ୟଙ୍କ ସହ ଏକ ବୈଠକ ସମୟରେ ପୁଟିନ କହିଛନ୍ତି ଏହି ବିସ୍ଫୋରଣର ପଟ୍ଟକଥା ଲେଖିବା ବ୍ୟକ୍ତି, ଅପରାଧୀ ଓ ପ୍ରାୟୋଜନ ୟୁକ୍ରେନର ଗୁପ୍ତ ସେବା । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ଏକ ଆତଙ୍କବାଦୀ ଘଟଣା । ଏହାର ଉଦ୍ଦେଶ୍ୟ ଗୁରୁତ୍ୱପୂର୍ଣ୍ଣ ରୁଷିଆ ସେନାର ମୂଳ ଢାଞ୍ଚାକୁ ନଷ୍ଟ କରିବା । ହେଲେ ଏବେ ପର୍ଯ୍ୟନ୍ତ ୟୁକ୍ରେନ ଏହି ବିସ୍ଫୋରଣ ପାଇଁ ନିଜକୁ ଦ୍ରାୟୀ କରିନାହିଁ ।
ରୁଷିଆ ପାଇଁ ଏହି ପୋଲର ମହତ୍ୱ ଢେର ଅଧିକ । ଏହି ପୋଲ ହିଁ ରୁଷିଆ ସେନାଙ୍କ ଅସ୍ତ୍ରଶସ୍ତ୍ର ପରିବହନର ଏକ ମୁଖ୍ୟ ମାଧ୍ୟମ ଥିଲା । ତେଣୁ ଏବେ ଏହା ନଷ୍ଟ ହୋଇଯିବାରୁ ରୁଷିଆ ଚିନ୍ତାରେ ପଡିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri