Categories: ବାଣିଜ୍ୟ

ବଜାରକୁ ଆସିଲା ଭିଭୋର ସବୁଠାରୁ ପତଳା ୫ଜି ସ୍ମାର୍ଟଫୋନ୍‌ ଭି-୨୦ ପ୍ରୋ: ମୂଲ୍ୟ ରହିଛି…

ନୂଆଦିଲ୍ଲୀ,୨।୧୨: ଗ୍ଲୋବାଲ ସ୍ମାର୍ଟଫୋନ କମ୍ପାନୀ ଭିଭୋ ପକ୍ଷରୁ ସବୁଠାରୁ ପତଳା ୫ଜି ଫୋନ୍‌ ଭି-୨୦ ପ୍ରୋ ଲଞ୍ଚ କରାଯାଇଛି। ଭାରତରେ ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରଖାଯାଇଛି। ଭିଭୋର ବି-ସିରିଜର ଏହି ସ୍ମାର୍ଟଫୋନ୍‌ ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଏହା ୭.୩୯ ମିମି ଲମ୍ବ ଥିବା ବେଳେ ଓଜନ କେବଳ ୧୭୦ ଗ୍ରାମ୍‌ ରହିଛି।

ଫୋନରେ ଅଟୋଫୋକସ ଡୁଆଲ ଫ୍ରଣ୍ଟ କ୍ୟାମେରା ରହିଛି। ଏଥିରେ ୪୪ଏମ୍‌ପି(ମେଗା ପିକ୍ସେଲ) ଆଇ ଆଟୋଫୋକସ ମେନ୍‌ କ୍ୟାମେରା ଏବଂ ୮ ଏମ୍ପି ସୁପର ବ୍ରାଇଡ-ଆଙ୍ଗେଲ କ୍ୟାମେରା ସାମିଲ ଅଛି। ଏଥିରେ ୪୦୦୦ଏମ୍‌ଏଏଚ୍‌ର ବ୍ୟାଟେରୀ ମଧ୍ୟ ରହିଛି। ବିଶେଷକରି ଯୁବପୀଢ଼ିଙ୍କୁ ଏହା ଆକୃଷ୍ଟ କରିବ ବୋଲି କମ୍ପାନୀ ଆଶା ରଖିଛି।

 

Share