‘ଦ କଶ୍ମୀର ଫାଇଲ୍ସ’ ପରେ ଏବେ ‘ଦ ଦିଲ୍ଲୀ ଫାଇଲ୍ସ’

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଫିଲ୍ମର ଏଭଳି ସଫଳତା ଦେଖିବା ପରେ ବିବେକ ଅଗ୍ନିହୋତ୍ରୀ ତାଙ୍କର ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ବିବେକ ତାଙ୍କ ନୂଆ ଫିଲ୍ମର ଟାଇଟଲ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ସେ ‘ଦିଲ୍ଲୀ ଫାଇଲ୍ସ’ ରଖିଛନ୍ତି। ଖୁବ୍‌ଶୀଘ୍ର ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ଯେଉଁମାନେ କଶ୍ମୀର ଫାଇଲ କିଣିଛନ୍ତି, ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଗତ ୪ ବର୍ଷ ଧରି, ଆମେ ସମ୍ପୂର୍ଣ୍ଣ ଆନ୍ତରିକତା ଏବଂ ଉତ୍ସର୍ଗୀକୃତ ସହିତ ବହୁତ କଠିନ ପରିଶ୍ରମ କରିଛୁ। ଏକ ନୂଆ ଫିଲ୍ମରେ କାମ କରିବାର ସମୟ ଆସିଛି।
୧୯୯୦ ଦଶକ ପୂର୍ବରୁ କଶ୍ମୀରରୁ କଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ଉପରେ ଆଧାର କରି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ମାତ୍ର ୧୫ କୋଟି ବଜେଟରେ ନିର୍ମିତ ହୋଇଥିଲା।

Share