ସଞ୍ଜୟ ଦତ୍ତଙ୍କ ଯୋଗୁ ସ୍କୁଲର ଝିଅମାନଙ୍କର ହିରୋ ପାଲଟିଯାଇଥିଲେ ଏହି ଅଭିନେତା; ନିଜକୁ ଭାବୁଥିଲେ…

ବମ୍ବେ: ପିଲାଟିବେଳୁ ସଞ୍ଜୟ ଦତ୍ତଙ୍କ ବଡ଼ ପ୍ରଶଂସକ ଥିଲେ ବିବେକ ଓବରୟ। ସେତେବେଳେ ଗୋଟିଏ ଘଟଣା ପାଇଁ ସ୍କୁଲରେ ସେ ଝିଅମାନଙ୍କ ହିରୋ ପାଲଟିଯାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ପିଲାଦିନର କାହାଣୀ ଉପରୁ ପରଦା ଉଠାଇଛନ୍ତି ବିବେକ।

ଆଜମେରର ମେୟୋ କଲେଜର ବୋଡିଂ ସ୍କୁଲରେ ପଢ଼ୁଥିଲେ ବିବେକ। ଏକଦା ତାଙ୍କ ବାପା ଜୟପୁରରେ ଏକ ଫିଲ୍ମର ଶୁଟିଂ କରୁଥିଲେ। ସେ ବିବେକଙ୍କୁ ସରପ୍ରାଇଜ୍‌ ଦେବା ଲାଗି ସ୍କୁଲରେ ପହଞ୍ଚି ଯାଇଥିଲେ। ହେଲେ ବାପାଙ୍କୁ ହଠାତ୍‌ ଦେଖି ଚମକି ପଡ଼ିଥିଲେ ସେ। କେବଳ ସେତିକି ନୁହେଁ ତାଙ୍କ ସହ ଲମ୍ବା ଚୁଟି ରଖିଥିବା ସଞ୍ଜୟ ଦତ୍ତ ଥିଲେ। ସେ ବିବେକଙ୍କ ବାପାଙ୍କ ସହ ଶୁଟିଂ କରୁଥିବାରୁ ତାଙ୍କୁ ଭେଟିବାକୁ ସ୍କୁଲ ଆସିଥିଲେ।

ବିବେକ ମୂହୁର୍ତ୍ତର ଫାଇଦା ଉଠାଇବାକୁ ଯାଇ ସଞ୍ଜୟଙ୍କୁ ରାସ୍ତା ଆରପଟେ ଥିବା ମେୟୋ ଗଲ୍ସ କଲେଜକୁ ଯିବାକୁ କହିଥିଲେ। ସେଠାରେ ପହଞ୍ଚିବା ପରେ ସୁରକ୍ଷାକର୍ମୀ ଚକିତ ହୋଇଯାଇଥିଲେ। ସଞ୍ଜୟଙ୍କୁ ଦେଖି ସେଠାର କଲେଜ ଛାତ୍ରୀମାନେ ଖୁସିରେ ପାଗଳପ୍ରାୟ ହୋଇ ଯାଇଥିଲେ। ବିବେକଙ୍କୁ ସେତେବେଳେ ରାଜା ଭଳି ଲାଗୁଥିଲା। ପରେ ସଞ୍ଜୟ ଫେରିଯାଇଥିଲେ ହେଁ ଉକ୍ତ ଦିନଠାରୁ ସେ ସ୍କୁଲରେ ଛୋଟ ଷ୍ଟାର ପାଲଟିଯାଇଥିଲେ।

Share