୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ

ମୁମ୍ବାଇ: ଠକେଇର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ। କୁହାଯାଉଛି କି ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ୧.୫୫ କୋଟି ଟଙ୍କାର ଚୁନା ଲଗାଇଛନ୍ତି। ଏ ସମ୍ପର୍କରେ ଅଭିନେତା ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି।
ପୋଲିସ ଶୁକ୍ରବାର ସୂଚନା ଦେଇଛି କି ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ୩ ଜଣ ବ୍ୟକ୍ତି ୧.୫୫ କୋଟି ଟଙ୍କା ଠକିଛନ୍ତି। ଏମାନେ ବିବେକଙ୍କୁ ଇଭେଣ୍ଟ ଓ ଫିଲ୍ମ ନିର୍ମାଣ ଫାର୍ମରେ ଭଲ ରିଟର୍ନର କଥା ଦେଇ ନିବେଶ କରିବାକୁ କହିଥିଲେ। ହେଲେ ଏମାନେ ଉକ୍ତ ଅର୍ଥକୁ ନିଜ କାମରେ ଲଗାଇଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି।

ବୁଧବାର ଅଭିନେତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅନ୍ଧେରି ପୂର୍ବର ଏମଆଇଡିସି ପୋଲିସ ଷ୍ଟେଶନରେ ୩ ଜଣଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଅଭିଯୋଗ ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତା ସମେତ ତିନିଜଣ ଅଭିଯୁକ୍ତ ଅଭିନେତାଙ୍କର ବ୍ୟବସାୟିକ ଅଂଶୀଦାର ଥିଲେ ଏବଂ ତାଙ୍କୁ ଏକ ଇଭେଣ୍ଟ ଏବଂ ଚଳଚ୍ଚିତ୍ର ପ୍ରଡକ୍ସନ ଫାର୍ମରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ।
ପୋଲିସ କହିଛି ଯେ ଅଭିନେତା ଏହି ପ୍ରକଳ୍ପରେ ୧.୫୫ କୋଟି ଟଙ୍କା ବିନିଯୋଗ କରିଛନ୍ତି କିନ୍ତୁ ଅଭିଯୁକ୍ତମାନେ ବିନିଯୋଗ ହୋଇଥିବା ଟଙ୍କାକୁ ନିଜ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି। ଅଭିନେତାଙ୍କ ପତ୍ନୀ ମଧ୍ୟ ଫାର୍ମରେ ଅଂଶୀଦାର ଥିଲେ ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁର ଅଧିଷ୍ଠାତ୍ରୀ ଦେବୀ ଦ୍ୱାରସେନୀ ମନ୍ଦିରରୁ ଚୋରି: ମା’ଙ୍କ ରୂପା ମୁକୁଟ ସହ ନେଇଗଲେ…

ବଲାଙ୍ଗୀର,୮।୮ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି…

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାର୍ଗ ଆପଣେଇବେ ଭାରତ-ଚାଇନା

ନୂଆଦିଲ୍ଲୀ, ୮।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମାକୁ ନେଇ ରହିଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ଜାରି ରଖିବାକୁ ଉଭୟ…

ଜନ୍ମଗତ ନାଗରିକତ୍ୱ ସୀମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ବାକ୍ଷର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୮: ଆମେରିକା ସୁପ୍ରିମକୋର୍ଟଙ୍କ ରାୟର କିଛି ସପ୍ତାହ ପରେ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍‌ ବାର୍ଥ ଟ୍ୟୁରିଜମ୍‌ ବା ଜନ୍ମ ପର୍ଯ୍ୟଟନ ଉପରେ ରୋକ ଲଗାଇବା ଏବଂ ଜନ୍ମଗତ…

ଭାଜପା-ଏସ୍‌ଏଡି ମେଣ୍ଟ ଚର୍ଚ୍ଚା

ନୂଆଦିଲ୍ଲୀ,୮ା୮: ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ମୁଖ୍ୟ ସୁଖବୀର ସିଂ ବାଦଲ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବାରୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri