Categories: ଜାତୀୟ

ଭୀମା କୋରେଗାଓଁ ହିଂସା ମାମଲା: ହାଇକୋର୍ଟରେ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ,୬।୧୨: ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କର ୨୦୧୮ର ଅଭିଯୋଗ ପାଇଁ ଦିଲ୍ଲୀ ହାଇକୋର୍ଟରେ ନିଃସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୀମା କୋରେଗାଓଁ ହିଂସା ମାମଲାରେ କର୍ମକର୍ତ୍ତା ଗୌତମ ନବଲାଖାଙ୍କୁ ଆଶ୍ୱସ୍ତି ପ୍ରଦାନରେ ଜଷ୍ଟିସ ଏସ୍‌ ମୁରଲିଧର ପକ୍ଷପାତିତା କରିଥିବା ବିବେକ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଗୌତମଙ୍କ ନଜରବନ୍ଦୀ ଓ ଟାଞ୍ଜିଟ୍‌ ରିମାଣ୍ଡକୁ କୋର୍ଟ ବାତିଲ କରି ଦେଇଥିଲେ। ଏହାପରେ ବିବେକ ଅଗ୍ନିହୋତ୍ରୀ ଜଷ୍ଟିସ ଏସ୍‌ ମୁରଲିଧରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ମଙ୍ଗଳବାର ବିବେକ ନିଜ ଓକିଲଙ୍କ ଜରିଆରେ କୋର୍ଟରେ କ୍ଷମା ପ୍ରାର୍ଥନା ପତ୍ର ଉପସ୍ଥାପନ କରିଥିଲେ। ଏଥିସହ ସେ କହିଛନ୍ତି, ଉକ୍ତ ବିବାଦୀୟ ଟୁଇଟକୁ ସେ ଡିଲିଟ କରିଦେଇଛନ୍ତି।

 

Share