Categories: ବାଣିଜ୍ୟ

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଭିଆଇଟି ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ଏକ୍‌ଜାମ ବା ଭିଆଇଟିଇଇଇ) ୨୦୨୪ ଏପ୍ରିଲ ୧୯ରୁ ଆରମ୍ଭ ହେଉଛି। ଏପରିକି ଭାରତର ୧୨୫ ସହର ଏବଂ ବିଦେଶର ୬ ସହରରେ ଏହି ପ୍ରବେଶିକା ପରୀକ୍ଷା ମଧ୍ୟ ସମାନ ଅବଧି ମଧ୍ୟରେ ଆୟୋଜନ କରାଯାଉଛି।

ବିଶେଷକରି ବି.ଟେକ୍‌ ଆଡମିଶନ ପାଇଁ ଭିଆଇଟି ଦ୍ୱାରା କରାଯାଇଥିବା ପ୍ରବେଶିକା ପରୀକ୍ଷା ଭିଆଇଟି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ଯଥା ଭିଆଇଟି ଭେଲୋର, ଭିଆଇଟି ଚେନ୍ନାଇ, ଭିଆଇଟି ଆନ୍ଧ୍ରପ୍ରଦେଶ (ଏପି-ଅମରାବତୀ) ଏବଂ ଭିଆଇଟି ଭୋପାଳରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଏପ୍ରିଲ୍‌ ୧୯ରୁ ୩୦ତାରିଖ ପର୍ଯ୍ୟନ୍ତ ଭାରତର ୧୨୫ ସହର ଏବଂ ବିଦେଶର ୬ ସହରରେ ଏହି ପ୍ରବେଶିକା ପରୀକ୍ଷା (ପ୍ରୋକ୍ଟେଡ୍‌ କମ୍ପ୍ୟୁଟର ଆଧାରିତ ପରୀକ୍ଷା) କେନ୍ଦ୍ର ଭାବେ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ, ବିଦେଶର ଦୁବାଇ,ମସ୍କାଟ,କାତାର,କୁଏଟ୍‌,ସିଙ୍ଗାପୁର ଏବଂ କୁଆଲାଲମ୍ପୁର ସହରରେ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା କେନ୍ଦ୍ର କରାଯାଇଛି। ଭାରତର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଆଶାୟୀ ଆବେଦନକାରୀମାନେ ଭିଆଇଟିଇଇଇ-୨୦୨୪ରେ ଅଂଶଗ୍ରହଣ କରିପାରିବେ। ଏହି ପ୍ରବେଶିକା ପରୀକ୍ଷାର ଫଳାଫଳ ୨୦୨୪ ମେ ୩ରେ ଭିଆଇଟିର ଅଫିସିଆଲ ଓ୍ବେବ୍‌ସାଇଟ www.vit.ac.inରେ ଉପଲବ୍ଧ ହେବ ଏବଂ ସେହିଦିନ ଅନ୍‌ଲାଇନ କାଉନସେଲିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ।

Share