ରହସ୍ୟରେ ଭିସୁଟ୍‌ ପୁରାତନ ଛାତ୍ରୀ ମୃତ୍ୟୁ ଘଟଣା

ସମ୍ବଲପୁର,୩ା୩(ବ୍ୟୁରୋ):ସମ୍ବଲପୁର ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲରୁ ଉଦ୍ଧାର ହୋଇଥିବା ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟଘେରକୁ ଠେଲି ହୋଇଯାଇଛି। ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ତଦନ୍ତ ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଭୁବନେଶ୍ୱର ଯାଇ ତଦନ୍ତ କରିବେ ବୋଲି ପୋଲିସ ପକ୍ଷରୁ ଜଣାପଡିଛି। ଅନ୍ୟପଟେ ପାଣିରେ ବୁଡିଯିବାରୁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଛି। ଏହା ଯଦି ସତ୍ୟ, ତା’ହେଲେ ଚିନ୍ମୟୀ ରାତି ପ୍ରାୟ ସାଢେ ୯ଟାରେ ପିସି ବ୍ରିଜ୍‌କୁ କାହା ସାଥିରେ ଓ କ’ଣ ପାଇଁ ଯାଇଥିଲେ। ତାଙ୍କ ସହିତ ଝିଅ ସାଙ୍ଗ ରହିଥିଲେ ନା କେବଳ ପୁରୁଷବନ୍ଧୁ ପ୍ରତିମାନ ଦେ ଥିଲେ। ଚିନ୍ମୟୀ ପାୱାର ଚ୍ୟାନେଲକୁ ନିଜ ଇଚ୍ଛାରେ ଡେଇଁଥିଲେ ନା ଅଚେତ ଅବସ୍ଥାରେ କିଏ ପାଣିକୁ ଫିଙ୍ଗି ଦେଇଥିଲା। ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି।
ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁ ପୁଣି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ, ଚିନ୍ମୟୀର ଦୃଢ ମନୋବଳ ଥିଲା। ସେ ଆତ୍ମହତ୍ୟା କରିନାହିଁ। ପୋଲିସ ତଦନ୍ତ ଉପରେ ସନ୍ଦେହ ହେଉଛି। କାରଣ ପ୍ରତିମାନଙ୍କ ବାପା ପ୍ରଣବ ଦେ ଗୃହ ବିଭାଗର ଯୁଗ୍ମ ସଚିବ ଅଛନ୍ତି। ସେ ବ୍ୟବଚ୍ଛେଦ କେନ୍ଦ୍ରକୁ ମଧ୍ୟ ଯାଇଥିଲେ। ତେଣୁ ବ୍ୟବଚ୍ଛେଦ ରିପୋର୍ଟରେ ବ୍ୟତିକ୍ରମ ଦେଖାଦେବା ସମ୍ଭାବନା ରହିଛି। ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର। ବ୍ୟବଚ୍ଛେଦ ଉପରେ ତାଙ୍କର ଅଭିଜ୍ଞତା ରହିଛି। ମୋ ଝିଅ ବଲାଙ୍ଗୀର ଘରକୁ ଆସିବାକୁ କହିଥିଲା। ହେଲେ ସନ୍ଧ୍ୟା ୬ଟାରେ ତା’ ସହ କ’ଣ ଘଟିଲା ଯେ ସେ ଘରକୁ ଆସିବାକୁ ମନା କରିଦେଇଥିଲା। ମୋ ଝିଅକୁ ଷଡଯନ୍ତ୍ର କରି ହତ୍ୟା କରିଦେଲେ। ଆମ ପରିବାରକୁ ନ୍ୟାୟ ଦରକାର ବୋଲି ସେ କହିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇ କହିଛି, ତଦନ୍ତ ଚାଲିଛି। ଅଟକ ଥିବା ପୁରୁଷବନ୍ଧୁ ପ୍ରତିମାନଙ୍କୁ ତାଙ୍କ ବାପାଙ୍କ ଜିମା ଦିଆଯାଇଛି। ସବୁ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ପୋଲିସ ଟିମ୍‌ ଲାଗିପଡିଛନ୍ତି। ତଦନ୍ତ ସରିବା ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ କହିଛି। ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଉଛି। ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ବୁର୍ଲା ଥାନା ପିସି ବ୍ରିଜ ଉପରୁ ଡେଇଁ ନିଖୋଜ ଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଅଗ୍ନିଶମ ବିଭାଗ ବୁଧବାର ସକାଳେ ପାୱାର ଚ୍ୟାନେଲ ଭିତରୁ ଉଦ୍ଧାର କରିଥିଲା। ଚିନ୍ମୟୀଙ୍କ ମାଆ ଲବଙ୍ଗଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସି ଦଫା ୩୦୨, ୨୦୧, ୩୪ରେ ହତ୍ୟା ମାମଲା (ନଂ. ୯୬/୨୩) ରୁଜୁ କରିଛି। ଘଟଣାରେ ପୁରୁଷବନ୍ଧୁ ପ୍ରତିମାନ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri