Posted inଫୁରସତ

ଖୁବ୍‌ଶୀଘ୍ର ‘ଭିଷ୍ଟାଡୋମ୍‌ କୋଚ୍‌’

ଭାରତୀୟ ରେଳ ଇତିହାସ ଯେତିକି ଚର୍ଚ୍ଚିତ, ସେତିକି ଘଟଣାବହୁଳ ଏହାର କ୍ରମବିକାଶ। ବ୍ରିଟିଶ ଅମଳର ଷ୍ଟିମ୍‌ ଇଞ୍ଜିନ୍‌ରୁ ପ୍ରସ୍ତାବିତ ବୁଲେଟ୍‌ ଟ୍ରେନ୍‌ ଯାଏ ଏହି ଦୀର୍ଘ ଯାତ୍ରା ଭିତରେ ବଦଳିଯାଇଛି ଦେଶର ଅର୍ଥନୀତିର ରୂପରେଖ। ଏତେ ସବୁ ସତ୍ତ୍ୱେ ସେବା, ସମୟାନୁବର୍ତ୍ତିତାକୁ ନେଇ ଭାରତୀୟ ରେଳସେବା ସମାଲୋଚନାର ଶିକାର ହେଉଛି। ହେଲେ ଆଗାମୀ କିଛିବର୍ଷ ଭିତରେ ଭାରତୀୟ ରେଳର ଚିତ୍ର ବଦଳିଯିବ। ପୁରୁଣାକାଳିଆ କୋଚ୍‌ର ସ୍ଥାନ ନେବ ୟୁରୋପୀୟାନ୍‌ ଷ୍ଟାଇଲ୍‌ର ଭିଷ୍ଟାଡୋମ୍‌ କୋଚ୍‌ । ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ମଡର୍ନ କୋଚ୍‌ ଯାତ୍ରୀ ତଥା ପର୍ଯ୍ୟଟକଙ୍କ ଟ୍ରେନ୍‌ଯାତ୍ରାକୁ ସ୍ମୃତିମଧୁର କରିବ।

ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ନିକଟରେ ରେଳ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ଅତ୍ୟାଧୁନିକ ଭିଷ୍ଟାଡୋମ୍‌ କୋଚ୍‌। ଏହି କୋଚ୍‌ରେ ଯାତ୍ରା କେବଳ ଆରାମଦାୟକ ହେବନାହିଁ, ବରଂ ସ୍ମୃତିମଧୁର ମଧ୍ୟ ହେବ। ଏହି ଉନ୍ନତମାନର ରେଳଡବାର ଛାତ କାଚରେ ନିର୍ମିତ। ଏଥିରେ ଚଉଡ଼ା ଝରକା ଲଗାଯାଇଛି। ବସିବା ଲାଗି ରହିଥିବା ଚେୟାର ୩୬୦ ଡିଗ୍ରୀ ଘୂରିପାରିବା ଭଳି ବ୍ୟବସ୍ଥା କରାଯାଇଛି। ସ୍ନାନ, ଶୌଚ କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ନିର୍ମିତ ହୋଇଛି ବାୟୋ ଟଏଲଟ। ପୂର୍ବତନ ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିକଟରେ ଏକ ଟୁଇଟ୍‌ କରି ଏହି କୋଚ୍‌୍‌ ବିଷୟରେ ସୂଚନା ଦେଇଛନ୍ତି। ବିଶେଷ କରି ପର୍ଯ୍ୟଟକଙ୍କୁ ରେଳଯାତ୍ରା ପ୍ରତି ଆକର୍ଷିତ କରିବା ଲାଗି ଭିଷ୍ଟାଡୋମ୍‌ କୋଚ୍‌ର ପରିକଳ୍ପନା କରାଯାଇଥିବା ଜଣାପଡ଼ିଛି।
କୋଚ୍‌ରେ ଏକାସଙ୍ଗରେ ୪୪ ଯାତ୍ରୀ ବସିପାରିବେ। ଆରାମଦାୟକ ଚେୟାରଗୁଡ଼ିକ ୩୬୦ ଡିଗ୍ରୀ ଘୂରିପାରିବ। ଫଳରେ ଯାତ୍ରୀ କେବଳ ସମ୍ମୁଖ ଭାଗକୁ ମୁହଁ କରି ବସିବାକୁ ବାଧ୍ୟ ହେବେନାହିଁ। କୋଚ୍‌ରେ ପାସେଞ୍ଜରଙ୍କ ସମ୍ପର୍କରେ ସବିଶେଷ ସୂଚନା ରହିବ। ଓ୍ବାଇଫାଇ ସୁବିଧା ଉପଲବ୍ଧ ହେବ। ଟ୍ରେନ୍‌ର ଡୋର୍‌ଗୁଡ଼ିକ ସେନ୍‌ସର ସହାୟତାରେ ସ୍ବୟଂକ୍ରିୟ ଭାବେ କାର୍ଯ୍ୟକରିବ। ଦିବ୍ୟାଙ୍ଗ ଲୋକଙ୍କ ସୁବିଧାରେ ପ୍ରବେଶ, ପ୍ରସ୍ଥାନ ଲାଗି ଗେଟ୍‌ଗୁଡ଼ିକୁ ଅଧିକ ଚଉଡ଼ା କରାଯାଇଛି। ଏହା ମାଧ୍ୟମରେ ସେମାନେ ହୁଇଲ୍‌ ଚେୟାରରେ ମଧ୍ୟ ଯାତାୟାତ କରିପାରିବେ। ମନୋରଞ୍ଜନ ଲାଗି ଡିଜିଟାଲ ଡିସ୍‌ପ୍ଲେ ଟେକ୍‌ନିକ୍‌ର ଉପଯୋଗ କରାଯାଇଛି। ଏଥିରେ ମ୍ୟୁଜିକ୍‌ର ମଜା ନେବା ଲାଗି ସ୍ପିକର ଲାଗିଛି। ଏହାକୁ ବାଦ୍‌ ଦେଲେ ସମଗ୍ର କୋଚ୍‌ ସିସିଟିଭି ନଜରରେ ରହିବ। ଯାତ୍ରୀମାନେ ବୋର୍‌ ନ ହେବା ଲାଗି ଲାଉଞ୍ଜ ଏରିଆ ରଖାଯାଇଛି। ଯାତ୍ରୀଙ୍କ ଖାଇବା ପିଇବା ଲାଗି ସ୍ବତନ୍ତ୍ର ରିଫ୍ରେଶମେଣ୍ଟ ଏରିଆ ରହିଛି। ଏଠାରେ ଯାତ୍ରୀମାନେ ଗରମ ଖାଦ୍ୟ ଖାଇବାର ମଜା ନେଇପାରିବେ। ଏଥିଲାଗି ମାଇକ୍ରେଓ୍ବେଭ୍‌ ଏବଂ ହଟ୍‌କେସ୍‌ ସୁବିଧା କରାଯାଇଛି। ଏଥିସହ କଫିମେକର, ଫ୍ରିଜ୍‌ ମଧ୍ୟ ଉପଲବ୍ଧ। ଭାରତୀୟ ଟ୍ରେନ୍‌ରେ ଉପଲବ୍ଧ ଶୌଚାଳୟକୁ ନେଇ ଅଧିକାଂଶ ସମୟରେ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ହେଲେ ଭିଷ୍ଟାଡୋମ୍‌ କୋଚ୍‌ରେ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି। ଏହି ମଡର୍ନ ମଡ୍ୟୁଲର କୋଚ୍‌ର ଟଏଲଟ୍‌ ଇକୋ ଫ୍ରେଣ୍ଡଲି ହେବ। ମଳ ଯେପରି ଟ୍ରାକ୍‌ରେ ନ ପଡ଼େ, ସେଥିଲାଗି କୋଚ୍‌ର ତଳଭାଗରେ ଏକ ବାୟୋ ଟ୍ୟାଙ୍କ୍‌ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri