ବୈତରଣୀ ବାଲିଘାଟ ପରିଦର୍ଶନ

ଧାମନଗର, ୧୯ା୮(ସନ୍ତୋଷ କୁମାର ମହାପାତ୍ର): ଖଣି ବିଭାଗ, ତହସିଲ, ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ମିଳିତ ଟିମ୍‌ ଗୁରୁବାର ଭଦ୍ରକ ଜିଲା ଧାମନଗର ତହସିଲ ଅଧୀନ ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀ ସଇରାତ ଉତ୍ସ ବୁଲି ଦେଖିଛନ୍ତି। ଭଦ୍ରକ ଓ ବାଲେଶ୍ୱର ଜିଲା ଭୂତତ୍ତ୍ୱବିତ୍‌ ସନ୍ତୋଷୀପ୍ରଭା ସେଠୀଙ୍କ ନେତୃତ୍ୱରେ ଧାମନଗର ତହସିଲଦାର ସ୍ନିଗ୍ଧାରାଣୀ ଦେବୀ, ଅତିରିକ୍ତ ତହସିଲଦାର ସାଇ ସିଲୋନା ପ୍ରମୁଖ ମିଳିତ ଭାବେ ଆନନ୍ଦପୁରର ପଣସମାହାରା ଘାଟରେ ପହଞ୍ଚତ୍ ଆନନ୍ଦପୁର-୧ ବୈତରଣୀ ନଦୀ ବାଲିଘାଟ ପରିଦର୍ଶନ କରିଛନ୍ତି। ସେହିପରି ଉତେଇପୁର-୨ ବାଲିଘାଟ ବୁଲି ଦେଖିଥିଲେ।
ନଦୀରେ ପାଣି ଥିବାରୁ କେବଳ ନଦୀପଠାରୁ ବାଲିଘାଟ ବୁଲି ଦେଖି ଟିମ୍‌ ଫେରିଯାଇଛି। ଏହାପରେ ସଇରାତ ଉତ୍ସଗୁଡ଼ିକର ଭୌଗଳିକ ସ୍ଥିତି, ଜିପିଏସ୍‌ ଲୋକେସନ ପ୍ରସ୍ତୁତ କରୁଥିବା ଓରସାକ୍‌ ଟିମ୍‌ ଆସି ଅନୁଧ୍ୟାନ କରିବ ବୋଲି ଭୂତତ୍ତ୍ୱବିତ୍‌ ସେଠୀ କହିଛନ୍ତି। ଅପରପକ୍ଷେ ଏଠାରେ ଆଉ ବାଲିଘାଟ ନିଲାମ ନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ବୈତରଣୀ ନଦୀର ବାଲିଘାଟ ୧୯୯୫ରୁ ଚାଲି ଆସୁଥିଲା। ୨୦୧୫ରୁ ୨୦୨୦ ମଧ୍ୟରେ ଧାମନଗର ତହସିଲ ପକ୍ଷରୁ ଏହାକୁ ୫ ବର୍ଷିଆ ନିଲାମ ଦିଆଯାଇଥିଲା। ସେତେବେଳେ ନିଲାମ ନେଇଥିବା ବ୍ୟକ୍ତି ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିଲେ। ବାର୍ଷିକ ପ୍ରାୟ ୭ ହଜାର ଟନ୍‌ ବାଲି ଉତ୍ତୋଳନ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ସେ ଦିନକୁ ହଜାରେ ଟନ୍‌ରୁ ଅଧିକ ବାଲି ଉଠାଇ ବିକ୍ରି କରୁଥିଲେ। ଆନନ୍ଦପୁର ଅଞ୍ଚଳରେ ବାଲିଘାଟକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଛି। ପଞ୍ଚାୟତର ଜଣେ ବ୍ୟକ୍ତି ପୂର୍ବରୁ ବାଲିଘାଟ ନିଲାମ ନେଇଥିଲେ। ୨୦୨୨ ମାର୍ଚ୍ଚ ୩୧ରୁ ତାଙ୍କ ନିଲାମ ଅବଧି ସରିଥିଲେ ବି ସେ ବେଆଇନ ଭାବେ ବାଲି ଉଠାଇ ଚାଲିଛନ୍ତି। ଏନେଇ ଆନନ୍ଦପୁରର ଅନେକ ଲୋକ ତହସିଲଦାର, ଉପଜିଲାପାଳ ଓ ରାଜସ୍ବ ମନ୍ତ୍ରୀଙ୍କୁ ଜଣାଇ ଆସିଛନ୍ତି। ହେଲେ ପଦକ୍ଷେପ ନିଆଯାଉ ନ ଥିବାରୁ ବେଆଇନ ଭାବେ ସମ୍ପୃକ୍ତ ବ୍ୟକ୍ତି ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ଧାମନଗର ତହସିଲ ଅଫିସର ସୂଚନା ଅନୁସାରେ ଉତେଇପୁର ବାଲିଘାଟର ନିଲାମ ୨୦୧୭ରେ ହୋଇଥିଲା। ହେଲେ ମାଇନିଂ ପ୍ଲାନ ଓ ପରିବେଶ ଅନୁମତି ବିଳମ୍ବରେ ମିଳିବାରୁ ବାଲି ଉତ୍ତୋଳନ ଲାଗି ୨୦୧୯ ଡିସେମ୍ବରରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଏଣୁ ବାଲିଘାଟର ନିଲାମ ଅବଧି ୨୦୨୪ ଯାଏ ରହିଛି। ହେଲେ ୨୦୨୨ ମାର୍ଚ୍ଚ ୩୧ରେ ଘାଟର ସିଟିଓ ଅବଧି ଶେଷ ହୋଇଛି। ସେହିପରି ୨୦୨୨ ଆର୍ଥତ୍କ ବର୍ଷ ଯାଏ ଘାଟରୁ ୪ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ବାକି ରହିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri