୫-ଟି ସଚିବଙ୍କ ନାରାୟଣପାଟଣା, ଦେଓମାଳି ଗସ୍ତ

କୋରାପୁଟ/ନାରାୟଣପାଟଣା ୫।୨(ସ୍ବ.ପ୍ର./ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲା ଗସ୍ତ କରି ନାରାୟଣପାଟଣା ପାଇଁ ଶିକ୍ଷା,ସାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର ନେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ନାରାୟଣପାଟଣା ଗସ୍ତ କରିଥିଲେ। ଏଠାରେ ପହଞ୍ଚତ୍ବା ପରେ ସେ ପ୍ରଥମେ ୫ଶହ ବର୍ଷର ଐତିହାସିକ ତଥା ପୁରାତନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏଠାରେ ଥିବା ଅର୍ଦ୍ଧନିର୍ମିତ ନୂତନ ମନ୍ଦିର କାର୍ଯ୍ୟ କିପରି ଖୁବ ଶୀଘ୍ର ଶେଷ ହେବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ୫ଟି-ସଚିବ ପାଣ୍ଡିଆନ ଚିନ୍ତାଗୁଡ଼ାସ୍ଥିତ ଝଞ୍ଜାବତୀ ବ୍ୟାରେଜ ପରିଦର୍ଶନ କରିଥିଲେ। ଦୁଇ ବର୍ଷ ମଧ୍ୟରେ ଏହି ବ୍ୟାରେଜ୍‌ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ସେ ଦଣ୍ଡାବାଡି ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ, ସ୍କୁଲ କୋଠା ସ୍ଥିତି ପରଖିଥିଲେ। ଛାତ୍ରୀଛାତ୍ରଙ୍କ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସମସ୍ତେ ଆଇଏଏସ, ଡକ୍ଟର ହେବାକୁ ଲକ୍ଷ୍ୟ ରଖିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।
ପରେ ୫-ଟି ସଚିବ ବୋରିଗୁମ୍ମା ଓ ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ବୋରିଗୁମ୍ମାଠାରେ ମିଶନ ଶକ୍ତି ମହିଳାଙ୍କ ଦକ୍ଷତାରେ ଖୁସି ପ୍ରକାଶ କରିଥିଲେ। ଏଥିସହ ସମସ୍ତ ସହଯୋଗ ପ୍ରଦାନ ସହ ସେମାନଙ୍କ ବିକାଶ ନେଇ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବିଜୁ ଗ୍ରାମୋଦ୍ୟୋଗ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଗୋଷ୍ଠୀମହିଳାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦ୍ୱାରା ଚପଲ ତିଆରି, ଖାଦ୍ୟ ପ୍ରକ୍ରିୟା କରଣ, କୁକୁଡା ଚାଷ, ପାଉଁଶ ଇଟା ପ୍ରସ୍ତୁତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେମାନଙ୍କ ଏଭଳି କାର୍ଯ୍ୟକୁ ନେଇ ଅନ୍ୟ ଜିଲା ମଧ୍ୟ ଅନୁକରଣ କରିବା ଆବଶ୍ୟକ ବୋଲି କହିଥିଲେ। ପରେ ଆଉଁଳିଠାରେ ମିଶନ ଶକ୍ତି ମହିଳାଙ୍କ ଫୁଡ୍‌କୋର୍ଟ ପରିଦର୍ଶନ କରି ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏଥିପୂର୍ବରୁ ୫-ଟି ସ୍କୁଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟତଦାରଖ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଆଧୁନିକ ପ୍ରଣାଳୀରେ ଶିକ୍ଷା ଦାନକୁ ଗୁରୁତ୍ୱ ଦେଉଥିବାରୁ ପ୍ରଶଂସା କରିଥିଲେ। ସେଠାରୁ ଲକ୍ଷ୍ମୀପୁର ଗସ୍ତରେ ଯାଇ କଫିଫାର୍ମ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଆବଶ୍ୟକତା ପଚାରି ବୁଝିଥିଲେ। ସେଠାରେ ୫-ଟିରେ ନିର୍ମାଣ ସରିଥିବା ସ୍କୁଲ ପରିଦର୍ଶନ କରି ଖୁସି ପ୍ରକାଶ କରିଥିଲେ। ୫-ଟି ସଚିବଙ୍କ ସହ କ୍ରୀଡା ସଚିବ ଭିନିଲ୍‌ କ୍ରିଷ୍ଣା, କୋରାପୁଟ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri