୫-ଟି ସଚିବଙ୍କ ଯାଜପୁର ଜିଲା ଗସ୍ତ: ‘ପରିବାରର ଉନ୍ନତି ହେଲେ ରାଜ୍ୟର ବିକାଶ ସମ୍ଭବ’

ଯାଜପୁର/ଯାଜପୁର ରୋଡ,୩୦।୮(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି): ଘରେ ବାନ୍ଧି ହୋଇ ରହିଥିବା ମହିଳାମାନେ ଘରୁ ପାଦ କାଢି ପାରିଲେ ଓଡ଼ିଶା ଏକ ସଶକ୍ତ ରାଜ୍ୟ ହୋଇ ପାରିବ। ମହିଳାମାନଙ୍କୁ ଆବଶ୍ୟକ ତାଲିମ ନେବାକୁ ପଡ଼ିବ। ମହାଜନ ପାଖକୁ ନ ଯାଇ ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ କରି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପଡ଼ିବ। ଏହି କ୍ରମରେ ମହିଳାମାନଙ୍କ ଦ୍ୱାରା ପରିବାରର ଉନ୍ନତି ହେଲେ ରାଜ୍ୟର ବିକାଶ ସମ୍ଭବ ହେବ ବୋଲି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି ା
ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ଚାନ୍ଦମା ଖେଳପଡ଼ିଆରେ ମଙ୍ଗଳବାର ମିଶନ ଶକ୍ତି ସମାବେଶରେ ଯୋଗଦେଇ ୫-ଟି ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେତେବେଳେ ଓଡ଼ିଶାର ଦାୟିତ୍ୱ ନେଇଥିଲେ, ସେତେବେଳେ ମହିଳାମାନଙ୍କ ବିକାଶ କଥା ଚିନ୍ତା କରିଥିଲେ। ତେଣୁ ୨୦୦୧ରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକୁ ହାତକୁ ନେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏଥିରେ ରାଜ୍ୟରେ ୭୦ ଲକ୍ଷ ମହିଳା ସାମିଲ ଅଛନ୍ତି। ଗତ ଏକ ବର୍ଷରେ ରାଜ୍ୟର ମହିଳାମାନେ ୧୧,୩୦୦ କୋଟି ଟଙ୍କା ବ୍ୟାଙ୍କରୁ ଋଣ ନେଇ ପାରିଛନ୍ତି। ସେଥିମଧ୍ୟରୁ କେବଳ ଯାଜପୁର ଜିଲାର ୭୦ ହଜାର ମିଶନ ଶକ୍ତି ଦଳର ମହିଳା ୫୪୦ କୋଟି ଟଙ୍କା ଋଣ ଉଠାଇଛନ୍ତି। ଏହାବାଦ୍‌ ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ଏହି ଋଣ ପରିମାଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଲକ୍ଷ୍ୟ ରହିଛି। ମହିଳାମାନଙ୍କୁ ପ୍ରାୟ ପ୍ରତ୍ୟେକ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲାରେ ୩୨୦ଟି ମିଶନ ଶକ୍ତି ଗୃହ ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଛି। ସେଥିମଧ୍ୟରୁ ୨୬୦ଟି ଗୃହ ମିଶନ ଶକ୍ତିକୁ ହସ୍ତାନ୍ତର ହୋଇଛି। ଏହାସହ ବିଭିନ୍ନ ଗ୍ରାମରେ ପଡ଼ି ରହିଥିବା ପୁରୁଣା ସରକାରୀ ଗୃହଗୁଡ଼ିକୁ ମରାମତି କରି ମିଶନ ଶକ୍ତି ମହିଳାମାନଙ୍କୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ତେଣୁ ମହିଳାମାନେ ସେଭଳି ଗୃହଗୁଡ଼ିକୁ ଚିହ୍ନଟ କରି ବିଡିଓଙ୍କୁ ଜଣାଇଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏଥିରେ ସେମାନେ ବିଭିନ୍ନ ବ୍ୟବସାୟ କରିବା ସହ ଅଫିସ ଗୃହ ଭାବେ ବ୍ୟବହାର କରିପାରିବେ। ମହିଳାମାନଙ୍କ ପକ୍ଷରୁ ୧୭୦୦ ସ୍କୁଟି ପ୍ରଦାନ କରିବାକୁ ଆବେଦନ ହୋଇଛି। ତେଣୁ ଏନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଯେମିତି ବିଡିଓ, ସିଡିପିଓ ପ୍ରମୁଖଙ୍କ ପାଖରେ ସରକାରୀ ଗାଡ଼ି ରହିଛି ସେଭଳି ଭାବେ ବ୍ଲକସ୍ତରରେ ମିଶନ ଶକ୍ତି ଗ୍ରୁପମାନଙ୍କୁ ଗାଡ଼ି ପ୍ରଦାନ କରଯିବ। ମହିଳାମାନଙ୍କୁ ଲକ୍ଷପତି କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ସେହିଭଳି ମିଶନଶକ୍ତିର ସକ୍ରିୟ ମହିଳାମାନଙ୍କୁ ଦରମା ଦେବାର ବ୍ୟବସ୍ଥା କରାଯାଉଛି। ଏହାବାଦ୍‌ ମିଶନ ଶକ୍ତିରେ ସଂପୃକ୍ତ ମହିଳା କର୍ମଚାରୀମାନଙ୍କୁ ୬ ମାସ ମ୍ୟାଟରନିଟି ଛୁଟି ଦେବାର ବ୍ୟବସ୍ଥା କରାଯାଇଛି। ଏହି ଛୁଟି ସମୟରେ ସେମାନେ ସମ୍ମାନର ସହ ସମ୍ପୂର୍ଣ୍ଣ ଦରମା ପାଇବେ। ନୂଆ ଓଡ଼ିଶା ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସୂଚନା ଦେଇଥିଲେ ା
୫-ଟି ସଚିବ ପାଣ୍ଡିଆନ ସଭାସ୍ଥଳକୁ ପୂର୍ବାହ୍ନ ସାଢେ ୧୦ଟାରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ପ୍ରଥମେ ସଭାସ୍ଥଳରେ ଉପସ୍ଥିତ ମିଶନ ଶକ୍ତିର ମହିଳାମାନଙ୍କ ନିକଟକୁ ଯାଇ ସେମାନଙ୍କ ସହ ହାତ ମିଳାଇଥିଲେ। ମହିଳାମାନେ ୫-ଟି ସଚିବଙ୍କ ଉପରେ ପୁଷ୍ପ ବୃଷ୍ଟି କରିବା ସହ କେତେଜଣ ମହିଳା ତାଙ୍କ ହାତରେ ରାଖୀ ବାନ୍ଧିଥିଲେ । ଏହାପରେ ସଚିବ ମଞ୍ଚ ଉପରକୁ ଯାଇ ଜୟ ଜଗନ୍ନାଥ ଓ ଜୟ ମା’ ବିରଜା କହି ସମସ୍ତଙ୍କୁ ପ୍ରଣାମ ଜଣାଇଥିଲେ । ତାଙ୍କ ବକ୍ତବ୍ୟ ଶେଷରେ ରାଖୀ ବାନ୍ଧିଥିବା ମହିଳାମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସ୍‌ପି ଭିନିତ ଅଗ୍ରୱାଲ, କଳିଙ୍ଗନଗର ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଏସ୍‌ପି ସିଲଭାରୀୟସ ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଅଗ୍ନିଶମ ଓ ସ୍ବାସ୍ଥ୍ୟ ବିଭାଗ ସମେତ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରାୟ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଏହି ସମବେଶରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ମିଶନ ଶକ୍ତି ମହିଳା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri