ସମୃଦ୍ଧିର ଦର୍ଶନ

ଭାରତରେ ଏବେ ସାମାଜିକ କାର୍ଯ୍ୟକଳାପ ଓ ଜାତିବିରୋଧୀ ଅଭିଯାନଗୁଡ଼ିକ ସହ ବୌଦ୍ଧଧର୍ମକୁ ଦୃଢ଼ ଭାବେ ଯୋଡ଼ାଯାଉଛି। କିନ୍ତୁ ଦେଖିବାକୁ ଗଲେ ସମ୍ରାଟ ଅଶୋକଙ୍କ ଶାସନକାଳ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ପାଳ ଶାସନ ଅର୍ଥାତ୍‌ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ତିଷ୍ଠି ରହିଥିବା ବୌଦ୍ଧଧର୍ମର ବ୍ୟବସାୟିକ କ୍ଷେତ୍ର ସହ ଗଭୀର ସମ୍ପର୍କ ରହିଥିଲା। କେବଳ ଏତିକି ନୁହେଁ, ଏକ ବାଣିଜି୍ୟକ ଗୋଷ୍ଠୀର ନେତା ଭାବେ ବୁଦ୍ଧଙ୍କ କାବ୍ୟାତ୍ମକ ଢଙ୍ଗରେ ବର୍ଣ୍ଣନା କରାଯାଇଥିଲା। ଆମକୁ କୁହାଯାଇଛି ଯେ, ବୁଦ୍ଧ ଜ୍ଞାନପ୍ରାପ୍ତି ହେବା ସମୟରେ ତାଙ୍କୁ ଦୁଇଜଣ ବଣିକ ଖାଦ୍ୟ ଦେଉଥିଲେ। ଏଥିରେ ବୁଦ୍ଧ ସନ୍ତୁଷ୍ଟ ହୋଇ ସେମାନଙ୍କୁ ସୁନ୍ଦରଭାବେ ସାଇତାହୋଇ ରଖାଯାଇଥିବା ଏକ ଢିଲା ଓ ଲମ୍ବା ପୋଷାକ ଦେଇଥିଲେ ଏବଂ ଉପରେ ସେ ଏକ ଗିନାକୁ ଓଲଟାଇ ରଖିଥିଲେ, ଯାହା ସ୍ଥୂପ ନିର୍ମାଣକୁ ଉତ୍ସାହିତ କରିଥିଲା। ଏଭଳି ସ୍ଥୂପ ଆମେ ଏବେ ଚାରିଆଡ଼େ ଦେଖିବାକୁ ପାଉଛୁ। ଆଉ ଜଣେ ବଣିକ ପ୍ରସିଦ୍ଧ ଜିତବନ ବିହାର ବା ମଠ ଦାନ କରିଥିଲେ। ପରେ ଏହାକୁ ବୁଦ୍ଧଙ୍କୁ ଉପହାର ଭାବେ ପ୍ରଦାନ କରାଯାଇଥିଲା ଏବଂ ଏହି ଦାନଶୀଳତା ପାଇଁ ସେହି ବ୍ୟବସାୟୀ ବେଶ୍‌ ଜଣାଶୁଣା। ଏହାସହ ଜଣେ ମହିଳା ମଧ୍ୟ ବୁଦ୍ଧଙ୍କୁ ଆଉ ଏକ ମଠ ଉପହାରସ୍ବରୂପ ଦେଇଥିଲେ ଏବଂ ସେହି ମହିଳା ହେଉଛନ୍ତି ଏକ ବ୍ୟବସାୟ ପରିବାରର ସଦସ୍ୟା। ସେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏପରିକି ତାଙ୍କ ଶ୍ୱଶୁରଙ୍କୁ ମଧ୍ୟ ଜୈନଧର୍ମରୁ ବୌଦ୍ଧଧର୍ମକୁ ଆଣିପାରିଥିଲେ। ତୃତୀୟରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ରଚିତ ତାମିଲ କାବ୍ୟରେ ବୌଦ୍ଧ ସଂସ୍ଥାଗୁଡ଼ିକୁ ଦାନ କରିଥିବା ଧନୀ ବୌଦ୍ଧ ବଣିକ ଓ ପାରିଷଦଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।
ଆମେ ବୌଦ୍ଧଧର୍ମ କଥା କହିଲାବେଳେ ବହୁ ସମୟରେ ଅନ୍ୟ ସାଂସାରିକ ବିଷୟ ଚିନ୍ତାକରୁ। ତେବେ ଭାରତରେ ପୁରାତନ ସ୍ଥାପତ୍ୟ ଓ ପ୍ରସ୍ତର ପ୍ରତିମା ନିର୍ମାଣ ପାଇଁ ବୌଦ୍ଧଧର୍ମାବଲମ୍ବୀ ବଣିକମାନେ ଅର୍ଥ ଯୋଗାଇଥିଲେ। ଏହିସବୁ କୀର୍ତ୍ତିରାଜି ବାଣିଜ୍ୟ ମାର୍ଗଗୁଡ଼ିକରେ ହିଁ ଦେଖିବାକୁ ମିଳେ। ଉଦାହରଣସ୍ବରୂପ, ଗୋଦାବରୀ ଓ କୃଷ୍ଣା ନଦୀ ଅବବାହିକାର ସମୃଦ୍ଧ କୃଷିକ୍ଷେତ୍ର ସହ କୋଙ୍କଣ ଉପକୂଳରେ ଥିବା ବନ୍ଦରଗୁଡ଼ିକୁ ସଂଯୋଗ କରୁଥିବା ରାଜପଥ କଡ଼ରେ ମହାରାଷ୍ଟ୍ରର ୫୦୦ରୁ ଊର୍ଦ୍ଧ୍ୱ ଗୁମ୍ଫା ଦେଖିବାକୁ ମିଳେ। ଏହି ଗୁମ୍ଫାଗୁଡ଼ିକୁ ପଥର କାଟି କରାଯାଇଥିଲା। ଏହାସହ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଏବଂ ମଥୁରାରୁ ଉତ୍ତର ପାକିସ୍ତାନର ସ୍ବାତ ଉପତ୍ୟକାକୁ ସଂଯୋଗ କରୁଥିବା ଉତ୍ତରାଞ୍ଚଳ ବାଣିଜ୍ୟପଥରେ ମଧ୍ୟ ଅନ୍ୟ ସବୁ ବୌଦ୍ଧମଠ ଦେଖିବାକୁ ମିଳେ। ଏହିସବୁ ସ୍ଥାନରେ ବୌଦ୍ଧ କଳା ଏବଂ ସ୍ଥାପତ୍ୟ ଆମେ ଦେଖିବାକୁ ପାଇଥାଉ ଏବଂ ସେଗୁଡ଼ିକ ପ୍ରମୁଖ ବାଣିଜ୍ୟପଥ ଥିଲା। ଏହା ମାଧ୍ୟମରେ ଭାରତରୁ ସୌଖୀନ ଜିନିଷଗୁଡ଼ିକ ପୃଥିବୀର ବିଭିନ୍ନ ସ୍ଥାନକୁ ଯାଉଥିଲା ଏବଂ ବିନିମୟରେ ସୁନା ଅଣାଯାଉଥିଲା। ପ୍ରକୃତରେ ତିବ୍ବତ ସୁନା ଓ ଦାନଯୁକ୍ତ ଲୁଣ ଅଣାଯାଉଥିଲା। ନେପାଳରୁ ତିବ୍ବତକୁ ସଂଯୋଗ କରୁଥିବା ରାଜପଥ ଦେଇ ସୁନା ଅଣାଯାଉଥିଲା ଏବଂ ଏହା ହେଉଛି ସେହିସବୁ ପଥ, ଯାହା ବାଟଦେଇ ବୌଦ୍ଧଧର୍ମ ତିବ୍ବତରେ ପହଞ୍ଚତ୍ଥିଲା। ବ୍ୟବସାୟୀମାନେ ବୌଦ୍ଧଧର୍ମ ପ୍ରଚାରରେ ଏକ ପ୍ରମୁଖ ଭୂମିକା ନେଇଥିଲେ। ବୁଦ୍ଧ ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକୁ ଯାତ୍ରା କରିଥିଲେ। ସେହିସବୁ ଦେଶଗୁଡ଼ିକୁ ନଦୀପଥ ଦେଇ ବୌଦ୍ଧଧର୍ମ ପ୍ରସାର ହୋଇଥିବା ଦେଖାଯାଏ। ସେଠାକୁ ମଧ୍ୟ ସମୁଦ୍ରପଥ ଦେଇ ମୌସୁମୀ ପବନ ସହାୟତାରେ ବଣିକମାନେ ବାରମ୍ବାର ଯାଉଥିଲେ। ସାମଗ୍ରୀ ସଂଗ୍ରହ ଓ ବିନିମୟ ପାଇଁ ବୌଦ୍ଧକ୍ଷେତ୍ରଗୁଡ଼ିକ ପ୍ରସିଦ୍ଧ ଥିଲେ। ଦକ୍ଷିଣପୂର୍ବ ଏସିଆରୁ ସୁଗନ୍ଧିତ ଗଛ ଓ ମସଲା, ସୁନା ଓ ରୁପା ଆସୁଥିଲା ଏବଂ ଏହା ବଦଳରେ ଦକ୍ଷିଣ ଏସିଆରୁ ବୟନ ସାମଗ୍ରୀ ଓ ଘୋଡ଼ା ଦକ୍ଷିଣ ପୂର୍ବ ଏସିଆକୁ ଯାଉଥିଲା।
ବୋଧିସତ୍ତ୍ୱ କିମ୍ବା ମୋକ୍ଷପ୍ରାପ୍ତି ମାର୍ଗରେ ଥିବା ବ୍ୟବସାୟୀଙ୍କ ସମ୍ପର୍କରେ ଜାତକ କାହାଣୀ (ବୁଦ୍ଧଙ୍କ ସମ୍ପର୍କିତ କଥା) ଣଗୁଡ଼ିକରେ ପ୍ରାୟ ୧୦ ପ୍ରତିଶତ ବର୍ଣ୍ଣନା ରହିଛି। ସେମାନେ ନିଷ୍ପକ୍ଷତା, ବିପଦକୁ ସମ୍ମୁଖୀନ ହେବାର କ୍ଷମତା, ଦୃଢ଼ତା ଏବଂ ତ୍ୱରିତ ବିଚାରକୁ ଉତ୍ସାହିତ କରିବାକୁ ଚାହାନ୍ତି, ଯାହାସବୁ ଜଣେ ସଫଳ ବଣିକର ଗୁଣ ସହ ସମାନ। ସମୁଦ୍ରପଥରେ ଯାତ୍ରା କରୁଥିବା ଦକ୍ଷିଣପୂର୍ବ ଏସିଆର ବଣିକମାନେ ବୋଧିସତ୍ତ୍ୱ ଅବଲୋକିତେଶ୍ୱରଙ୍କ ପୂଜାର ପ୍ରଚାର ପ୍ରସାର କରିଥିତ୍ଲେ। ବଣିକମାନେ ସମୁଦ୍ରପଥରେ କିମ୍ବା ବହୁ ସମୟରେ ସ୍ଥଳପଥରେ ଯାତ୍ରା କରିବା ସମୟରେ ସମ୍ମୁଖୀନ ହେଉଥିବା ବିପଦ ଯଥା ଦାସତ୍ୱ, ହିଂସ୍ରପାଣୀଙ୍କ ଆକ୍ରମଣ, ଭୂତ, ଜାହାଜ ଦୁର୍ଘଟଣା ଓ ଚୋରି ଭୟ ଆଦିରୁ ଅବଲୋକିତେଶ୍ୱର ରକ୍ଷା କରିବେ ବୋଲି ସେମାନେ ମନେକରୁଥିଲେ। କେନ୍ଦ୍ର ଏସିଆର ବାଣିଜ୍ୟ ପଥଗୁଡ଼ିକ ପାର୍ଶ୍ୱରେ ଠିଆ ହୋଇଥିବା ଏବଂ ବସିଥିବା ବିରାଟକାୟ ବୁଦ୍ଧଙ୍କ ମୂର୍ତ୍ତି ଖୋଦେଇ କରାଯାଇଥିଲା। ଏହା ସ୍ଥାନୀୟ ରାଜାମାନଙ୍କ ଦ୍ୱାରା ବଣିକମାନଙ୍କ ଲାଭ ପାଇଁ କରାଯାଇଥିଲା। ବିଶେଷକରି ସୁରକ୍ଷା ଭାବନା ଉଦ୍ରେକ କରିବା ସହ ବାଣିଜ୍ୟପଥର ଦିଗ ନିର୍ଣ୍ଣୟରେ ଏସବୁ ସ୍ଥାନ ସାହାଯ୍ୟ କରୁଥିଲା। ମୋଟ୍‌ ଉପରେ ଏସବୁ ଥିଲା ବାଣିଜି୍ୟକ ଆଶାର ପ୍ରେରକ ତଥା ପ୍ରତୀକ।
ବୌଦ୍ଧମଠଗୁଡ଼ିକ ବ୍ୟବସାୟୀଙ୍କୁ ଆଶ୍ରୟ ଦେବାରେ ପ୍ରମୁଖ ଭୂମିକା ନେଉଥିଲା। ସେଠାରେ ସେମାନଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉଥିଲା। ସେଠାରେ ଭାଷାର ଅନୁବାଦ, ଯୋଗାଯୋଗ ତଥା ଆର୍ଥିକ କାରବାର ଆୟ ବ୍ୟୟ ହିସାବ ଏବଂ ଋଣ ଯୋଗାଇଦେବାର ବ୍ୟବସ୍ଥା ରହିଥିଲା। କହିବାକୁ ଗଲେ ମଠଗୁଡ଼ିକ ବିତ୍ତୀୟ ଅନୁଷ୍ଠାନ ପାଲଟିଯାଇଥିଲା। ବୌଦ୍ଧ ସନ୍ନ୍ୟାସୀମାନଙ୍କ ଧନ ଏବଂ ଆକାଉଣ୍ଟ ପରିଚାଳନା ସମ୍ପର୍କିତ କାହାଣୀସବୁ ବୌଦ୍ଧ ପୁସ୍ତକଗୁଡ଼ିକରେ ବି ଭରି ରହିଛି। ବିଶେଷକରି ସନ୍ନ୍ୟାସୀମାନଙ୍କ ମୃତ୍ୟୁ ପରେ ଏସବୁ ଉଲ୍ଲେଖ କରାଯାଇଥିଲା। ବୌଦ୍ଧଧର୍ମ ଥିଲା ସମୃଦ୍ଧିର ଦର୍ଶନ ବା ସିଦ୍ଧାନ୍ତ। କେନ୍ଦ୍ର ଏସିଆରୁ ଦକ୍ଷିଣ ଏସିଆ ବାଟ ଦେଇ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ ବାଣିଜ୍ୟପଥଗୁଡ଼ିକର ବିକାଶ ଓ ବିସ୍ତାର ସହ ବୌଦ୍ଧଧର୍ମର ଗଭୀର ସମ୍ପର୍କ ରହିଥିଲା। ବୌଦ୍ଧଧର୍ମର ଏହି ଦୃଷ୍ଟିକୋଣ ସାମ୍ନାକୁ ଆସିବା ଦରକାର। କେବଳ ଜଣେ ସନ୍ନ୍ୟାସୀ ଭାବେ ବୁଦ୍ଧ ସବୁକିଛି ତ୍ୟାଗ କରିଦେଇଥିଲେ ବୋଲି ଊନବିଂଶ ଶତାବ୍ଦୀରେ ଯେଉଁ ଅବଧାରଣା ରହିଛି, ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ବାସ୍ତବରେ ବୌଦ୍ଧ ନୀତିବାଣୀ କର୍ମ ସମ୍ପର୍କରେ କହେ, ଯାହାର ପ୍ରାରବ୍ଧ ଅର୍ଥାତ୍‌ ଭଲ ଓ ମନ୍ଦ କର୍ମ ଏବଂ ତାହାର ଫଳ ସହ ସମ୍ପର୍କ ରହିଛି। ଆମକୁ କୁହାଯାଇଛି ଯେ, ଜଣେ କେବଳ ଅତୀତର ଭଲ କର୍ମ ବା ସଫଳତାର ଲାଭ ଏବେ ଉପଭୋଗ କରିବା ଉଚିତ ନୁହେଁ, ବରଂ ଭବିଷ୍ୟତରେ କିଭଳି ଭଲ ଫଳ ପାଇବା ସେଥିପାଇଁ ଏବେ ଭଲ କର୍ମ(ନିବେଶ) କରିବା ଦରକାର। ଏହି ଭଲ କର୍ମ ବା ନିବେଶ ଉଦାରତ୍ତା, ମନ୍ଦିର ଓ ମଠ ଗଢ଼ିବା ତଥା ବିଭିନ୍ନ ସଂସ୍ଥାକୁ ଦାନଦେବା ସହ ଜଡ଼ିତ। ବୌଦ୍ଧ ନୀତିବାଣୀ ଅନୁଯାୟୀ, ମୋକ୍ଷପଥର ଅନୁଗାମୀ ହେବା କିମ୍ବା ଏକ ମହତ୍ତ୍ୱପୂର୍ଣ୍ଣ ଜୀବନ ଜିଇବା ସକାଶେ ଦାନର ଗୁରୁତ୍ୱ ରହିଛି। ଏ ଦୃଷ୍ଟିରୁ ବ୍ୟବସାୟୀମାନେ ଦାନକରି ଧନୀ ହୋଇଛନ୍ତି। ଏହାସହ ବ୍ୟବସାୟୀ ଓ ମଠଗୁଡ଼ିକୁ ସାହାଯ୍ୟକରି ରାଜାମାନେ କ୍ଷମତାଶାଳୀ ହେବାସହ ରାଜକାର୍ଯ୍ୟରେ ସଫଳ ହୋଇଛନ୍ତି। ବୌଦ୍ଧଧର୍ମର ପ୍ରଭାବ ଧୀରେ ଧୀରେ କ୍ଷୀଣ ହୋଇ ହିନ୍ଦୁଧର୍ମର ଉତ୍‌ଥାନ ହେବାରୁ ଏହିସବୁ ସିଦ୍ଧାନ୍ତଗୁଡ଼ିକ ମନ୍ଦିର ସଂସ୍କୃତିର ଅଂଶ ପାଲଟିଗଲା। ଦେବୀ ବସୁନ୍ଧରା କିମ୍ବା ଧନ ଦେବୀ ପ୍ରଥମେ ବୌଦ୍ଧଧର୍ମର କଳାରେ ପ୍ରକାଶ ପାଇଥିଲା ଏବଂ ପରେ ହିନ୍ଦୁ ପରମ୍ପରାରେ ଦେବୀ ଲକ୍ଷ୍ମୀ ହୋଇଗଲା। ସେ ଶ୍ରୀଦେବୀ ଓ ଭୂଦେବୀ ରୂପେ ବିଷ୍ଣୁଙ୍କ ସହ ବସିଛନ୍ତି। ଶ୍ରୀଦେବୀ ଅର୍ଥ ଆଗମନକୁ ସୂଚିତ କରୁଥିବାବେଳେ ଭୂଦେବୀ ଧନସମ୍ପତ୍ତି ବୃଦ୍ଧିର ପ୍ରତିନିଧିତ୍ୱ କରିଥାନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri