ଯୋଜନାରେ ସୀମିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର

କଟକ ଅଫିସ,୧୫।୪:  ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଅତ୍ୟାଧୁନିକ ହେବ। ପାଠାଗାରରେ ଇ-ଲାଇବ୍ରେରି ସୁବିଧା ରହିବ। ଏକାବେଳେ ୫୦୦ ଜଣ ବସି ପାଠ ପଢିଲା ଭଳି ହଲ୍‌ ନିର୍ମାଣ କରାଯିବ। ବସିବା ଓ ପଢିବା ପାଇଁ ଅଲଗା ପ୍ରକୋଷ୍ଠ, ବରିଷ୍ଠ ନାଗରିକ ଓ ମହିଳା ପାଠକଙ୍କ ନିମନ୍ତେ ସ୍ବତନ୍ତ୍ର ସୁବିଧା, ପୁସ୍ତକଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ, ନୂଆ ପୁସ୍ତକ କିଣାଯିବା ବ୍ୟବସ୍ଥା, ପାଠାଗାରର କମ୍ପ୍ୟୁଟରୀକରଣ କରିବା ଭଳି ଯୋଜନା ପ୍ରସ୍ତୁତ କରାଯାଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ମାତ୍ର ଏହାର ନିର୍ମାଣ ଯୋଜନାରେ ସୀମିତ ରହିଯାଇଛି।
ବାଦାମବାଡି ବସ୍‌ଷ୍ଟାଣ୍ଡକୁ ଖାନ୍‌ନଗରକୁ ସ୍ଥାନାନ୍ତର କରି ଅତ୍ୟାଧୁନିକ ଶୈଳୀରେ ନେତାଜୀ ସୁଭାଷ ବସ୍‌ ଟର୍ମିନାଲ କୋଠା ନିର୍ମାଣ କରାଯାଉଛି। ଏହି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାରକୁ ଭାଙ୍ଗି ଦିଆଯାଇଛି। ବସ୍‌ଷ୍ଟାଣ୍ଡ ପାଇଁ ନିର୍ମାଣ କୋଠା ୫ ମହଲା ଛୁଇଁଥିଲାବେଳେ ପ୍ରସ୍ତାବିତ ଏହି ପାଠାଗାରର ନୂତନ କୋଠା ପାଇଁ ସରକାର ଜମି ଚିହ୍ନଟ କରିଥିବା ଜାଗାରେ ଶିଳାନ୍ୟାସ ବି କରିନାହାନ୍ତି। ପାଠାଗାର ନିର୍ମାଣ ପାଇଁ ୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ଓଡ଼ିଶାର ସର୍ବବୃହତ୍ତମ ପଠାଗାର ହେବ ବୋଲି କୁହାଯାଉଛି। ହେଲେ ୨ ବର୍ଷ ଭିତରେ ପାଠାଗାର ନିର୍ମାଣ କାମ ବ୍ଲ୍ୟୁପ୍ରିଣ୍ଟ୍‌ରେ ଅଟକି ଯାଇଛି। ନିର୍ମାଣରେ ବିଳମ୍ବ ଘଟିଲେ ପାଠାଗାରରେ ପୂର୍ବରୁ ରହିଥିବା ପ୍ରାୟ ୬୦ ହଜାର ବହି ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପାଠାଗାର ୧୯୮୧ ମସିହାରେ ପ୍ରଥମେ ଶହୀଦ ଭବନରେ ଆରମ୍ଭ ହୋଇଥିଲା। ପରେ ୧୯୯୮ରେ ଏହାକୁ ଖାନ୍‌ନଗରକୁ ସ୍ଥାନାନ୍ତର କରାଯାଇଥିଲା। କଟକ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରମାନେ ଏହି ପାଠାଗାର ଉପରେ ନିର୍ଭର କରୁଥିଲେ। ଏହି ପାଠାଗାରରେ ଅଧ୍ୟୟନ କରି ଅନେକ ବ୍ୟକ୍ତି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ମାତ୍ର ସରକାର ବିକାଶ ଆଳରେ ଏହି ପୁରାତନ ପାଠାଗାରକୁ ଭାଙ୍ଗି ଦେଇଛନ୍ତି। ତତ୍କାଳୀନ ସିଏମ୍‌ସି କମିଶନର ଅନନ୍ୟା ଦାସ ସେତେବେଳେ ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ୩.୭୫ ଏକର ଜମିରେ ଏକ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଯିବ। ଏହି କାର୍ଯ୍ୟ ୬ ମାସ ଭିତରେ ସରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଚିହ୍ନଟ ଜମିରେ କାମ ଆରମ୍ଭ ହୋଇପାରିଲା ନାହିଁ। ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri