Posted inରାଜ୍ୟ

କାହିଁକି ହୁଏ ବିଶ୍ବକର୍ମାଙ୍କ ପୂଜା

ସମ୍ଭବତଃ ୩.୩ ମିଲିଅନ ବର୍ଷ ପୂର୍ବେ ମଣିଷ ପ୍ରଥମେ ନିଜର ଜୀବନ ଧାରଣ ପାଇଁ ପ୍ରଥମେ ଯନ୍ତ୍ରର ନିର୍ମାଣ ଓ ବ୍ୟବହାର ଶିଖିଲା। କାଠ, ପଥରରୁ ତିଆରି ହତିଆର ବିଶେଷତଃ ତା’ର ଖାଦ୍ୟ ଓ ପୋଷଣ ପାଇଁ ବ୍ୟବହୃତ ହେଉଥିଲା। ସେହି ସମୟରୁ ଅଦ୍ୟାବଧି ମଣିଷ ତା’ର କୌଶଳ ଓ ବୁଦ୍ଧିମତା ଉପଯୋଗ କରି ସଭ୍ୟତାର ଉତ୍କର୍ଷ ସାଧନ କରି ଆସୁଛି। କିନ୍ତୁ ମଣିଷର ବିଶ୍ୱାସ ଯେ ଏସବୁ ନିର୍ମାଣର କର୍ତ୍ତା ସେ ନୁହେଁ, ଅନ୍ୟ କେହି ଅଦୃଶ୍ୟ ଶକ୍ତି। ସେଥିପାଇଁ ବୋଧହୁଏ, ଆମ ସନାତନ ସଂସ୍କୃତିରେ ସେହି ଶକ୍ତିର ଆରାଧନା ପାଇଁ ବିଶ୍ବକର୍ମା ପୂଜାର ପରିକଳ୍ପନା କରାଯାଇଛି। ବିଶକର୍ମାର ଆଭିଧାନିକ ଅର୍ଥ ହେଉଛି ବିଶ ବ୍ରହ୍ମାଣ୍ଡରନିର୍ମାଣକର୍ତ୍ତା। ଆଜିର ଅତ୍ୟାଧୁନିକ ଯୁଗରେ ଯେତେବେଳେ ପ୍ରଯୁକ୍ତି ବିଦ୍ୟା ଅତି ଦ୍ରୁତ ଗତିରେ ବିକାଶ ଲାଭ କରୁଛି, ବିଶ୍ୱକର୍ମା ପୂଜାର ଗୁରୁତ୍ୱ ତଥା ମାନବ-ଯନ୍ତ୍ର ସମନ୍ବୟର ମହତ୍ତ୍ୱ ଆହୁରି ବଢ଼ିଯାଇଛି। କାରଣ, ଏହା ମାନବୀୟ କୌଶଳ ଓ ଯନ୍ତ୍ରଶକ୍ତିର ଏକାୟନର ଏକ ପ୍ରତୀକ ପାଲଟିଛି ଏବଂ ସଭ୍ୟତାର ବିକାଶ ସମ୍ଭବ ହୋଇପାରିଛି। ବିଶକର୍ମା ପୂଜା ଏମିତି ଏକ ଅବକାଶ ଯାହା ନିଜର କର୍ମଶକ୍ତିର ପରିମାର୍ଜନ, କଳାକୌଶଳର ସମୃଦ୍ଧି ତଥା ଗୁଣାତ୍ମକ କାର୍ଯ୍ୟଶୈଳୀର ଉନ୍ନତିକରଣ ସମ୍ପର୍କରେ ଚିନ୍ତା କରିବା ପାଇଁ ସୁଯୋଗ ସୃଷ୍ଟି କରେ। ଦେବଶିଳ୍ପୀଙ୍କ ପୂଜା କେବଳ ପରମ୍ପରାରେ ସୀମିତ ନୁହେଁ, ଏହା ମଣିଷର ସର୍ଜନଶୀଳ ପ୍ରବୃତ୍ତିର ପ୍ରତୀକ। ଜଳବାୟୁ ପରିବର୍ତ୍ତନର ଯୁଗରେ, ଏହା ନିରନ୍ତର ଧାରଣୀୟତାର ବାର୍ତ୍ତା ଦେଉଛି ସୃଷ୍ଟି କର, କିନ୍ତୁ ପ୍ରକୃତିର କ୍ଷତି କରନହିଁ।
-ରବୀନ୍ଦ୍ର କୁମାର ନାୟକ,
ମୋ: ୭୦୦୮୩୬୩୯୭୨


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri