Categories: ଜାତୀୟ

ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ ଆନ୍ଧ୍ରପ୍ରଦେଶ ରାଜଧାନୀ

ନୂଆଦିଲ୍ଲୀ,୧୧।୨: ତେଲୁଗୁ ନୂଆବର୍ଷ ଉଗାଡ଼ି ସମୟରେ କିମ୍ବା ଏହା ପରେ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀରୁ ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ। ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରାଜଧାନୀ ସ୍ଥାନାନ୍ତର ପାଇଁ ଏକ ପ୍ରକାର ମନ ସ୍ଥିର କରିଥିବା ଜଣାପଡ଼ିଛି। ସେ ୩ ରାଜଧାନୀ ପରିବର୍ତ୍ତେ ବିଶାଖାପାଟଣାରେ ଗୋଟିଏ ରାଜଧାନୀ ପାଇଁ ଦାବି କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି। ନିକଟରେ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପର ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ଜଗନ ଏଭଳି ସୂଚନା ଦେଇଥିଲେ। ଆନ୍ଧ୍ରପ୍ରଦେଶର ଏକମାତ୍ର ସହର ବିଶାଖାପାଟଣା ହିଁ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ ଏବଂ ତାମିଲନାଡୁ ରାଜଧାନୀ ଚେନ୍ନାଇ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ବୋଲି ପୂର୍ବରୁ ଜଗନ କହିଥିଲେ।

Share