ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ ମାନସିକ ଚାପ, ଆର୍ଥିକ ସମସ୍ୟା ଓ ଜୀବନର ବିଭିନ୍ନ କ୍ଷେତ୍ରରେ ଅସୁବିଧା ହୋଇପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି । ଜ୍ୟୋତିଷୀୟ ତଥ୍ୟ ଅନୁସାରେ, ୨୦୨୬ ଅକ୍ଟୋବର ୯ ତାରିଖ ଶୁକ୍ରବାର ଭୋର ୩ଟା ୧୭ ମିନିଟ୍ରେ ଚନ୍ଦ୍ରମା ସିଂହ ରାଶିରୁ କନ୍ୟା ରାଶିକୁ ଗୋଚର କରିଛନ୍ତି । ଶନି ଓ ଚନ୍ଦ୍ରମାଙ୍କ ସ୍ଥିତି ଯୋଗୁଁ ଏହି ବିଷ ଯୋଗ ସୃଷ୍ଟି ହେଉଥିବା କୁହାଯାଉଛି । ଏହାର ପ୍ରଭାବ ମେଷ, ତୁଳା ଓ କୁମ୍ଭ ରାଶି ଉପରେ ପଡ଼ିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି।
ମେଷ- ମେଷ ରାଶିର ବ୍ୟକ୍ତିଙ୍କ ମାନସିକ ଚାପ ବଢ଼ିପାରେ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିବା ସହ ଅଯଥା ବିବାଦରେ ଫସିବାର ଆଶଙ୍କା ରହିପାରେ । ଆର୍ଥିକ କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଯେକୌଣସି ବିବାଦରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
ତୁଳା- ଏହି ରାଶିର ବ୍ୟକ୍ତିଙ୍କ ଖର୍ଚ୍ଚ ବଢ଼ିପାରେ ଏବଂ ଏହା ଆର୍ଥିକ ଚାପର କାରଣ ହୋଇପାରେ ବୋଲି ଜ୍ୟୋତିଷୀୟ ମତ ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ କିମ୍ବା ତିକ୍ତତା ସୃଷ୍ଟି ହେବାର ଆଶଙ୍କା ରହିପାରେ । ତେଣୁ କଥାବାର୍ତ୍ତା ଓ ଆର୍ଥିକ କାରବାରରେ ସତର୍କ ରହିବାକୁ କୁହାଯାଇଛି ।
କୁମ୍ଭ- କୁମ୍ଭ ରାଶିର ବ୍ୟକ୍ତିଙ୍କ ସମ୍ପର୍କରେ ମତଭେଦ ବଢ଼ିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି। ବିଶେଷକରି ବ୍ୟବସାୟୀମାନେ ଟଙ୍କା ନେଣଦେଣ କ୍ଷେତ୍ରରେ ସତର୍କ ରହିବା ଉଚିତ ବୋଲି କୁହାଯାଇଛି। ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି।