ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯ କୋଟିରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଆପାର୍ଟମେଣ୍ଟଟି ଅନ୍ଧେରୀ ୱେଷ୍ଟର ଏକ ପ୍ରିମିୟମ ପ୍ରୋଜେକ୍ଟ ‘ଗୋଦରେଜ ସ୍କାଏଶୋର୍‌’ର ଉପର ମହଲାରେ ଅବସ୍ଥିତ। ଏହି ଷ୍ଟାର ଦମ୍ପତି ତାଙ୍କର ଦୁଇ ପିଲାଙ୍କୁ ଲାଇମଲାଇଟଠାରୁ ଦୂରରେ ରଖିବା ପାଇଁ କିଛି ଦିନ ହେବ ଲଣ୍ଡନରେ ରହୁଛନ୍ତି। ଏହି ଆପାର୍ଟମେଣ୍ଟ କିଣିବା ପରେ ସେମାନେ ଖୁବ୍‌ଶୀଘ୍ର ଭାରତ ଫେରିଆସିବେ ବୋଲି ଚର୍ଚ୍ଚା ହେଉଛି।
୨,୬୪୪ ବର୍ଗଫୁଟର ଏହି ଆପାର୍ଟମେଣ୍ଟରେ ତିନୋଟି କାର୍‌ ପାର୍କିଂ ସ୍ଥାନ ରହିଛି। ସମ୍ପତ୍ତିର ସରକାରୀ ପଞ୍ଜୀକରଣ ୨୧ ଜୁଲାଇ, ୨୦୨୬ରେ ହୋଇଥିଲା। ଏହି ଦମ୍ପତି ମଧ୍ୟପୂର୍ବରୁ ୱର୍ଲି ଅଞ୍ଚଳରେ ଏକ ଆପାର୍ଟମେଣ୍ଟର ମାଲିକ।
ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ବିରାଟ କୋହଲିଙ୍କୁ ସମ୍ପ୍ରତି ଆକ୍ସନରେ ଦେଖିବାକୁ ମିଳିଥିଲା। ସେହି ସିରିଜରେ ସେ ୪୮.୦୦ ହାରରେ ଏବଂ ୧୦୯.୦୯ ଷ୍ଟ୍ରାଇକ ରେଟ ସହିତ ମୋଟ ୧୪୪ ରନ କରିଥିଲେ। ସେ ଏବେ ୱେଷ୍ଟଇଣ୍ଡିଜର ଭାରତ ଗସ୍ତ ସମୟରେ ପଡ଼ିଆକୁ ଫେରିବେ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 

Share