Posted inଫୁରସତ

ଭାଇରସ୍‌ ଲାଇବ୍ରେରି

ଲଣ୍ଡନ: ଲାଇବ୍ରେରି। ଏହି ଶବ୍ଦ ଉଚ୍ଚାରଣା ହେବା ମାତ୍ରକେ ମନରେ ଆପଣାଛାଏଁ ପ୍ରତିବିମ୍ବିତ ହୁଏ ଗଦା ଗଦା ବହିର ପ୍ରତିଛବି। ଏକ ବିରାଟ ହଲ୍‌। ଆଉ ନିଃଶବ୍ଦରେ ପୁସ୍ତକ ଭିତରେ ମଜ୍ଜିଯାଇଥିବା ଅନେକ ମୁହଁ। ହେଲେ ବ୍ରିଟେନରେ ଥିବା ୧୦୫ ବର୍ଷ ପୁରୁଣା ଏକ ଲାଇବ୍ରେରି ଅନ୍ୟ ଗ୍ରନ୍ଥାଗାରଠାରୁ ଭିନ୍ନ। କାରଣ ଏହି ଲାଇବ୍ରେରି ବହି ପାଇଁ ନୁହେଁ, ବରଂ ଭାଇରସ୍‌ ପାଇଁ ପରିଚିତ। ପୃଥିବୀର ସବୁଠାରୁ ବିପଜ୍ଜନକ ଭାଇରସ୍‌, ଜୀବାଣୁ, ବ୍ୟାକ୍ଟେରିଆ ସଂଗ୍ରହାଳୟ ଭାବେ ପରିଚିତ ଏହି ଲାଇବ୍ରେରି ହେଉଛି ‘ନ୍ୟାଶନାଲ କଲେକ୍ସନ ଫର୍‌ ଟାଇପ୍‌ କଲଚର’।
୧୯୧୫ ମସିହାରେ ଫ୍ରାନ୍ସରେ ଅନୁଭୂତ ହେଉଥାଏ ପ୍ରଚଣ୍ଡ ଶୀତ। ଏହି ସମୟରେ ସେଠାକାର ଏକ ହସ୍ପିଟାଲରୁ ଏକ ଟେଲିଗ୍ରାମ ଆସିଲା। ଏଥିରେ ଉଲ୍ଲେଖ ଥିଲା, କୌଣସି କାରଣରୁ ବ୍ରିଟିଶ ସୈନିକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସେତେବେଳକୁ ଆରମ୍ଭ ହୋଇସାରିଥିଲା ପ୍ରଥମ ବିଶ୍ୱଯୁଦ୍ଧ। ବିକଳ୍ପ ନ ଥିବାରୁ ସୈନିକମାନେ ରୋଗଣା ଅବସ୍ଥାରେ ଲଢ଼ିବାକୁ ବାଧ୍ୟ ହେଉଥାନ୍ତି। ତେବେ ବିଶେଷଜ୍ଞ ଦଳର ଯାଞ୍ଚରୁ ଏଭଳି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପଛରେ ଏକ ପ୍ରକାର ମାରାତ୍ମକ ବ୍ୟାକ୍ଟେରିଆ ରହିଥିବା ସ୍ପଷ୍ଟ ହୋଇଥିଲା। ଉକ୍ତ ବ୍ୟାକ୍ଟେରିଆର ନାମ ଦିଆଯାଇଥିଲା ସିଗେଲା ଫ୍ଲେକ୍ସେନାରି। ସେନାର ଅଫିସର ଏବଂ ବ୍ୟାକ୍ଟେରିଆ ବିଶେଷଜ୍ଞ ଲ୍ୟୁଟ୍‌ନାଣ୍ଟ ଓ୍ବିଲିୟମ ବ୍ରଗ୍‌ଟନ୍‌ ଆଲ୍‌କକ୍‌ ଏହି ବ୍ୟାକ୍ଟେରିଆକୁ ଚିହ୍ନଟ କରିଥିଲେ। ଏହାକୁ ସ୍ବତନ୍ତ୍ର ପଦ୍ଧତିରେ ଏକ କାଚ ଜାରରେ ସଂରକ୍ଷିତ କରି ସିଲ୍‌ କରି ଦିଆଯାଇଥିଲା। ‘ନ୍ୟାଶନାଲ କଲେକ୍ସନ ଫର୍‌ ଟାଇପ୍‌ କଲଚର’ର ଏହା ଥିଲା ପ୍ରଥମ ନମୁନା। ପୃଥିବୀର ବିଭିନ୍ନ ସ୍ଥାନରୁ ଠାବ କରାଯାଇଥିବା ୬୦୦୦ରୁ ଊର୍ଦ୍ଧ୍ୱ ବ୍ୟାକ୍ଟେରିଆ ସାମ୍ପଲକୁ ଏଠାରେ ସଂରକ୍ଷିତ କରି ରଖାଯାଇଛି।
‘ନ୍ୟାଶନାଲ କଲେକ୍ସନ୍‌ ଫର୍‌ ଟାଇପ୍‌ କଲଚର’ରେ ସଂରକ୍ଷିତ ବ୍ୟାକ୍ଟେରିଆ ଏତେ ଘାତକ ଯେ, ଏମାନଙ୍କ ସଂସ୍ପର୍ଶରେ ଆସିଲେ ଜଣେ ସୁସ୍ଥସବଳ ମଣିଷ ମାତ୍ର କେଇ ସେକେଣ୍ଡ ଭିତରେ ମୃତ୍ୟୁ ମୁଖକୁ ଟାଣିହୋଇଯାଏ। ଲାଇବ୍ରେରିରେ ୬୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବ୍ୟାକ୍ଟେରିଆ ରହିଥିବାବେଳେ ସେମାନଙ୍କ ଏକାଧିକ ଜେନେଟିକ୍‌ କଲଚର କରାଯାଇଛି। ଯଦିଓ ଏଠାରେ ଜୀବାଣୁ, ଭୂତାଣୁ, କବକ ପ୍ରଜାତିର ଅନେକ ସାମ୍ପଲ ରଖାଯାଇଛି, ତଥାପି ବ୍ୟାକ୍ଟେରିଆ ଉପରେ ଅଧିକ ଗବେଷଣା କରାଯାଉଛି।
ପୃଥିବୀର ପ୍ରତିବର୍ଷ ଯେତେ ଲୋକଙ୍କ ଜୀବନ ଭୂତାଣୁ ସଂକ୍ରମଣରେ ଯାଉଛି, ତା’ଠାରୁ ଅଧିକ ମରୁଛନ୍ତି ବ୍ୟାକ୍ଟେରିଆ କାରଣରୁ । ବ୍ୟାକ୍ଟେରିଆ ସଂକ୍ରମଣ ରୋକିବାକୁ ଅନେକ ପ୍ରତିଷେଧକ ଦିଆଯାଏ। ତେବେ ଧୀରେ ଧୀରେ ବ୍ୟାକ୍ଟେରିଆ ଏହାର ସହନଶକ୍ତି ହାସଲ କରିଥାଏ। ଫଳରେ ପ୍ରତିଷେଧକ ନିଷ୍କ୍ରିୟ ହୋଇଯାଏ। ତେଣୁ ବ୍ୟାକ୍ଟେରିଆଙ୍କୁ ଚିହ୍ନଟ କରିବା, ସେମାନଙ୍କ ବିଷୟରେ ଜ୍ଞାନ ଆହରଣ କରିବା, ନୂତନ ପ୍ରତିଷେଧକ ଲାଗି ଗବେଷଣା କରିବାକୁ ଏହି ଲାଇବ୍ରେରି ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri