Posted inଫୁରସତ

ଭାଇରସ୍‌ ଲାଇବ୍ରେରି

ଲଣ୍ଡନ: ଲାଇବ୍ରେରି। ଏହି ଶବ୍ଦ ଉଚ୍ଚାରଣା ହେବା ମାତ୍ରକେ ମନରେ ଆପଣାଛାଏଁ ପ୍ରତିବିମ୍ବିତ ହୁଏ ଗଦା ଗଦା ବହିର ପ୍ରତିଛବି। ଏକ ବିରାଟ ହଲ୍‌। ଆଉ ନିଃଶବ୍ଦରେ ପୁସ୍ତକ ଭିତରେ ମଜ୍ଜିଯାଇଥିବା ଅନେକ ମୁହଁ। ହେଲେ ବ୍ରିଟେନରେ ଥିବା ୧୦୫ ବର୍ଷ ପୁରୁଣା ଏକ ଲାଇବ୍ରେରି ଅନ୍ୟ ଗ୍ରନ୍ଥାଗାରଠାରୁ ଭିନ୍ନ। କାରଣ ଏହି ଲାଇବ୍ରେରି ବହି ପାଇଁ ନୁହେଁ, ବରଂ ଭାଇରସ୍‌ ପାଇଁ ପରିଚିତ। ପୃଥିବୀର ସବୁଠାରୁ ବିପଜ୍ଜନକ ଭାଇରସ୍‌, ଜୀବାଣୁ, ବ୍ୟାକ୍ଟେରିଆ ସଂଗ୍ରହାଳୟ ଭାବେ ପରିଚିତ ଏହି ଲାଇବ୍ରେରି ହେଉଛି ‘ନ୍ୟାଶନାଲ କଲେକ୍ସନ ଫର୍‌ ଟାଇପ୍‌ କଲଚର’।
୧୯୧୫ ମସିହାରେ ଫ୍ରାନ୍ସରେ ଅନୁଭୂତ ହେଉଥାଏ ପ୍ରଚଣ୍ଡ ଶୀତ। ଏହି ସମୟରେ ସେଠାକାର ଏକ ହସ୍ପିଟାଲରୁ ଏକ ଟେଲିଗ୍ରାମ ଆସିଲା। ଏଥିରେ ଉଲ୍ଲେଖ ଥିଲା, କୌଣସି କାରଣରୁ ବ୍ରିଟିଶ ସୈନିକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସେତେବେଳକୁ ଆରମ୍ଭ ହୋଇସାରିଥିଲା ପ୍ରଥମ ବିଶ୍ୱଯୁଦ୍ଧ। ବିକଳ୍ପ ନ ଥିବାରୁ ସୈନିକମାନେ ରୋଗଣା ଅବସ୍ଥାରେ ଲଢ଼ିବାକୁ ବାଧ୍ୟ ହେଉଥାନ୍ତି। ତେବେ ବିଶେଷଜ୍ଞ ଦଳର ଯାଞ୍ଚରୁ ଏଭଳି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପଛରେ ଏକ ପ୍ରକାର ମାରାତ୍ମକ ବ୍ୟାକ୍ଟେରିଆ ରହିଥିବା ସ୍ପଷ୍ଟ ହୋଇଥିଲା। ଉକ୍ତ ବ୍ୟାକ୍ଟେରିଆର ନାମ ଦିଆଯାଇଥିଲା ସିଗେଲା ଫ୍ଲେକ୍ସେନାରି। ସେନାର ଅଫିସର ଏବଂ ବ୍ୟାକ୍ଟେରିଆ ବିଶେଷଜ୍ଞ ଲ୍ୟୁଟ୍‌ନାଣ୍ଟ ଓ୍ବିଲିୟମ ବ୍ରଗ୍‌ଟନ୍‌ ଆଲ୍‌କକ୍‌ ଏହି ବ୍ୟାକ୍ଟେରିଆକୁ ଚିହ୍ନଟ କରିଥିଲେ। ଏହାକୁ ସ୍ବତନ୍ତ୍ର ପଦ୍ଧତିରେ ଏକ କାଚ ଜାରରେ ସଂରକ୍ଷିତ କରି ସିଲ୍‌ କରି ଦିଆଯାଇଥିଲା। ‘ନ୍ୟାଶନାଲ କଲେକ୍ସନ ଫର୍‌ ଟାଇପ୍‌ କଲଚର’ର ଏହା ଥିଲା ପ୍ରଥମ ନମୁନା। ପୃଥିବୀର ବିଭିନ୍ନ ସ୍ଥାନରୁ ଠାବ କରାଯାଇଥିବା ୬୦୦୦ରୁ ଊର୍ଦ୍ଧ୍ୱ ବ୍ୟାକ୍ଟେରିଆ ସାମ୍ପଲକୁ ଏଠାରେ ସଂରକ୍ଷିତ କରି ରଖାଯାଇଛି।
‘ନ୍ୟାଶନାଲ କଲେକ୍ସନ୍‌ ଫର୍‌ ଟାଇପ୍‌ କଲଚର’ରେ ସଂରକ୍ଷିତ ବ୍ୟାକ୍ଟେରିଆ ଏତେ ଘାତକ ଯେ, ଏମାନଙ୍କ ସଂସ୍ପର୍ଶରେ ଆସିଲେ ଜଣେ ସୁସ୍ଥସବଳ ମଣିଷ ମାତ୍ର କେଇ ସେକେଣ୍ଡ ଭିତରେ ମୃତ୍ୟୁ ମୁଖକୁ ଟାଣିହୋଇଯାଏ। ଲାଇବ୍ରେରିରେ ୬୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବ୍ୟାକ୍ଟେରିଆ ରହିଥିବାବେଳେ ସେମାନଙ୍କ ଏକାଧିକ ଜେନେଟିକ୍‌ କଲଚର କରାଯାଇଛି। ଯଦିଓ ଏଠାରେ ଜୀବାଣୁ, ଭୂତାଣୁ, କବକ ପ୍ରଜାତିର ଅନେକ ସାମ୍ପଲ ରଖାଯାଇଛି, ତଥାପି ବ୍ୟାକ୍ଟେରିଆ ଉପରେ ଅଧିକ ଗବେଷଣା କରାଯାଉଛି।
ପୃଥିବୀର ପ୍ରତିବର୍ଷ ଯେତେ ଲୋକଙ୍କ ଜୀବନ ଭୂତାଣୁ ସଂକ୍ରମଣରେ ଯାଉଛି, ତା’ଠାରୁ ଅଧିକ ମରୁଛନ୍ତି ବ୍ୟାକ୍ଟେରିଆ କାରଣରୁ । ବ୍ୟାକ୍ଟେରିଆ ସଂକ୍ରମଣ ରୋକିବାକୁ ଅନେକ ପ୍ରତିଷେଧକ ଦିଆଯାଏ। ତେବେ ଧୀରେ ଧୀରେ ବ୍ୟାକ୍ଟେରିଆ ଏହାର ସହନଶକ୍ତି ହାସଲ କରିଥାଏ। ଫଳରେ ପ୍ରତିଷେଧକ ନିଷ୍କ୍ରିୟ ହୋଇଯାଏ। ତେଣୁ ବ୍ୟାକ୍ଟେରିଆଙ୍କୁ ଚିହ୍ନଟ କରିବା, ସେମାନଙ୍କ ବିଷୟରେ ଜ୍ଞାନ ଆହରଣ କରିବା, ନୂତନ ପ୍ରତିଷେଧକ ଲାଗି ଗବେଷଣା କରିବାକୁ ଏହି ଲାଇବ୍ରେରି ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri