ଭବିଷ୍ୟତକୁ ମଜଭୁତ କରିବ ଭର୍ଚୁଆଲ ଗ୍ଲୋବାଲ କୋଲାବରେଶନ ଭିଲେଜ

ଡାଭୋସ୍‌,୨୪।୫: ସୁଇଜରଲାଣ୍ଡର ଡାଭୋସଠାରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସରକାରୀ ଓ ଘରୋଇ ଭାଗିଦାରୀ ମଧ୍ୟରେ ଭବିଷ୍ୟତକୁ ମଜଭୁତ କରିବା ନିମନ୍ତେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ ମଞ୍ଚରେ ଭର୍ଚୁଆଲ ଗ୍ଲୋବାଲ କୋଲାବରେଶନ ଭିଲେଜ ଆରମ୍ଭ ହୋଇଛି। ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ଆସେଞ୍ଚର ଏବଂ ମାଇକ୍ରୋସଫ୍ଟ ସହାୟତାରେ ଡବ୍ଲ୍ୟୁଇଏଫ୍‌ ଏହାର ଗଠନ କରୁଛି। ଏହା ଦ୍ୱାରା ନୂଆ ତଥା ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଆହ୍ବାନ ଓ ସମସ୍ୟାର ସମାଧାନ କରାଯାଇପାରିବ ବୋଲି କୁହାଯାଇଛି।

Share