Posted inଖେଳ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଶେୟାର କରି ଇଂଲଣ୍ଡକୁ ସମାଲୋଚନା କଲେ ସେହ୍ବାଗ: ଭାଇରାଲ ହେଉଛି ପୋଷ୍ଟ

ଓଭାଲ୍‌,୭।୯: ଲିଡ୍ସ ଟେଷ୍ଟ ହାରିବା ପରେ ଓଭାଲରେ ଭାରତ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଇନିଂସରେ ୯୯ ରନ ପଛରେ ରହିବା ସତ୍ତ୍ୱେ ଭାରତ ୧୫୭ ରନରେ ଓଭାଲ ଟେଷ୍ଟକୁ କବଜା କରିଛି। ଖେଳର ଶେଷ ଦିନରେ ଭାରତକୁ ୧୦ ଉଇକେଟ ଦରକାର ଥିଲା ଏବଂ ବୋଲରମାନେ ବ୍ୟାଟିଂ ସୁହାଉଥିବା ଏକ ଭଲ ପିଚ୍‌ରେ ମାତ୍ର ୨୧୦ରନ ପାଇଁ ଇଂଲଣ୍ଡକୁ ଅଲଆଉଟ୍‌ ରଖିଥିଲେ। ୫୦ ବର୍ଷ ପରେ ଭାରତ ଓଭାଲ ଜିତିଛି ଏବଂ ଏବେ ଏହି ସିରିଜ ଜିତିବାର ସୁଯୋଗ ମଧ୍ୟ ପାଇଛି। ଓଭାଲରେ ବିଜୟ ପରେ ଟିମ ଇଣ୍ଡିଆକୁ ଚାରିଆଡ଼େ ପ୍ରଶଂସା କରାଯାଉଛି। ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଶେୟାର କରି ଇଂଲଣ୍ଡ ଦଳକୁ ଟ୍ରୋଲ କରିଛନ୍ତି।
ସେହ୍ବାଗ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମୋଦିଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖା ଅଛି – ଆପଣମାନେ କାନ୍ଦିବା ବନ୍ଦ କରନ୍ତୁ। ଫଟୋ କ୍ୟାପସନ ଲେଖିଛନ୍ତି – ଯେଉଁମାନେ ଭାବନ୍ତି ଯେ, ଏହି ଦଳ କେବଳ ଟର୍ନିଂ ପିଚରେ ଜିତିପାରିବ ସେମାନଙ୍କୁ ଟିମ ଇଣ୍ଡିଆ ଉତ୍ତର ଦେଇଛି। ସେହ୍ବାଗଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି – ଏହା ହେଉଛି ନୂଆ ଭାରତ ଯାହା ଘରେ ପ୍ରବେଶ କରି କେବେ ହାର ମାନେ ନାହିଁ।
ସୂଚନାଯୋଗ୍ୟ,ଓଭାଲ ଟେଷ୍ଟ ଜିତିବା ଭାରତ ପାଇଁ ସ୍ବତନ୍ତ୍ର। ଓଭାଲର ପିଚକୁ ପଞ୍ଚମ ଦିନରେ ଅତି ରୁଗ୍ଣ ବୋଲି ବର୍ଣ୍ଣନା କରାଯାଉଥିଲା ଏବଂ ଇଂଲଣ୍ଡ ଦଳ ମଧ୍ୟ ଜିତିପାରେ ବୋଲି କୁହାଯାଉଥିଲା। କିନ୍ତୁ ଖେଳର ପଞ୍ଚମ ଦିନରେ ଭାରତ ଏକ ଲାଇନ ଲେନ୍ଥ୍‌ରେ ବୋଲିଂ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri