Posted inଖେଳ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଶେୟାର କରି ଇଂଲଣ୍ଡକୁ ସମାଲୋଚନା କଲେ ସେହ୍ବାଗ: ଭାଇରାଲ ହେଉଛି ପୋଷ୍ଟ

ଓଭାଲ୍‌,୭।୯: ଲିଡ୍ସ ଟେଷ୍ଟ ହାରିବା ପରେ ଓଭାଲରେ ଭାରତ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଇନିଂସରେ ୯୯ ରନ ପଛରେ ରହିବା ସତ୍ତ୍ୱେ ଭାରତ ୧୫୭ ରନରେ ଓଭାଲ ଟେଷ୍ଟକୁ କବଜା କରିଛି। ଖେଳର ଶେଷ ଦିନରେ ଭାରତକୁ ୧୦ ଉଇକେଟ ଦରକାର ଥିଲା ଏବଂ ବୋଲରମାନେ ବ୍ୟାଟିଂ ସୁହାଉଥିବା ଏକ ଭଲ ପିଚ୍‌ରେ ମାତ୍ର ୨୧୦ରନ ପାଇଁ ଇଂଲଣ୍ଡକୁ ଅଲଆଉଟ୍‌ ରଖିଥିଲେ। ୫୦ ବର୍ଷ ପରେ ଭାରତ ଓଭାଲ ଜିତିଛି ଏବଂ ଏବେ ଏହି ସିରିଜ ଜିତିବାର ସୁଯୋଗ ମଧ୍ୟ ପାଇଛି। ଓଭାଲରେ ବିଜୟ ପରେ ଟିମ ଇଣ୍ଡିଆକୁ ଚାରିଆଡ଼େ ପ୍ରଶଂସା କରାଯାଉଛି। ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଶେୟାର କରି ଇଂଲଣ୍ଡ ଦଳକୁ ଟ୍ରୋଲ କରିଛନ୍ତି।
ସେହ୍ବାଗ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମୋଦିଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖା ଅଛି – ଆପଣମାନେ କାନ୍ଦିବା ବନ୍ଦ କରନ୍ତୁ। ଫଟୋ କ୍ୟାପସନ ଲେଖିଛନ୍ତି – ଯେଉଁମାନେ ଭାବନ୍ତି ଯେ, ଏହି ଦଳ କେବଳ ଟର୍ନିଂ ପିଚରେ ଜିତିପାରିବ ସେମାନଙ୍କୁ ଟିମ ଇଣ୍ଡିଆ ଉତ୍ତର ଦେଇଛି। ସେହ୍ବାଗଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି – ଏହା ହେଉଛି ନୂଆ ଭାରତ ଯାହା ଘରେ ପ୍ରବେଶ କରି କେବେ ହାର ମାନେ ନାହିଁ।
ସୂଚନାଯୋଗ୍ୟ,ଓଭାଲ ଟେଷ୍ଟ ଜିତିବା ଭାରତ ପାଇଁ ସ୍ବତନ୍ତ୍ର। ଓଭାଲର ପିଚକୁ ପଞ୍ଚମ ଦିନରେ ଅତି ରୁଗ୍ଣ ବୋଲି ବର୍ଣ୍ଣନା କରାଯାଉଥିଲା ଏବଂ ଇଂଲଣ୍ଡ ଦଳ ମଧ୍ୟ ଜିତିପାରେ ବୋଲି କୁହାଯାଉଥିଲା। କିନ୍ତୁ ଖେଳର ପଞ୍ଚମ ଦିନରେ ଭାରତ ଏକ ଲାଇନ ଲେନ୍ଥ୍‌ରେ ବୋଲିଂ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri