Categories: ଖେଳ

ବୀରେନ୍ଦ୍ର ସେହ୍ବାଗଙ୍କ ଘର ଉପରେ ଆକ୍ରମଣ, ଭିଡିଓ ଶେୟାର କରି ଦେଲେ ସୂଚନା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ବେବେଳେ ମଜାଦାର ଟୁଇଟ୍‌ କରି ସେହ୍ବାଗ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଇନ୍‌ଗ୍ରାମରେ ଏକ ଭିଡିଓ ଶେୟାର କରି ତାଙ୍କ ଘର ଉପରେ ପଙ୍ଗପାଳ ଆକ୍ରମଣ ହୋଇଥିବା କହିଛନ୍ତି। ଭିଡିଓରେ ଛାତ ଉପରେ ପଙ୍ଗପାଳ ଦଳ ବୁଲୁଥିବା ଦେଖାଯାଇଛି। ସେହ୍ବାଗ ଭିଡିଓ ଶେୟାର କରି ହମଲା..ଲେଖିଛନ୍ତି। ଭିଡିଓ ଦେଖି ତାଙ୍କ ଫ୍ୟାନ୍‌ ମାନେ ପଙ୍ଗପାଳ ଦାଉରୁ ବର୍ତ୍ତିବା ପାଇଁ ଉପାୟ ମଧ୍ୟ କହିଛନ୍ତି। ଜଣେ ୟୁଜର କହିଛନ୍ତି, ସେହ୍ବାଗ ନିଜ ବ୍ୟାଟ୍‌ ବାହାରେ ରଖନ୍ତୁ ପଙ୍ଗପାଳ ଆପଣା ଛାଏଁ ପଳେଇବେ। ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଉତ୍ତର ଭାରତରେ ପଙ୍ଗପାଳ ଯୋଗୁ ଲୋକେ ଅସୁବିଧାର ସାମ୍ନା କରୁଛନ୍ତି।

Share