Categories: ଖେଳ

ଇଂଲଣ୍ଡ ଅଧିନାୟକଙ୍କ ଏଭଳି ପ୍ରଶଂସା କରି ପୁଣି ହୃଦୟ ଜିତିଲେ ସେହଓ୍ବାଗ୍‌, କହିଲେ ‘ଏହି ରୁଟ୍‌ର ସମସ୍ତ ଲାଇନ୍‌ ବ୍ୟସ୍ତ’

ନୂଆଦିଲ୍ଲୀ,୨୬।୨: ଭାରତୀୟ ପୂର୍ବ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ମ୍ୟାଚ୍‌ ସମୟରେ ହେଉ ଅବା ପରେ ସେ ମଜାଳିଆ ପୋଷ୍ଟକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ଏବେ ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ନେଇ ଏକ ପୋଷ୍ଟ କରିଥିଲେ। ଏହା ଏବେ ଭାଇରାଲ ହେଉଛି।

ଭାରତ-ଇଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ରୁଟ୍‌ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ମ୍ୟାଚ୍‌ରେ ସେ ୮ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ଏହାର ପ୍ରଶଂସା କରିଛନ୍ତି ସେହଓ୍ବାଗ୍‌। ଅଭିନେତା ନବାଜୁଦ୍ଦିନ ସିଦ୍ଧକିଙ୍କ ଏକ ଫଟୋ ସହ ଡାଏଲଗ୍‌ ପୋଷ୍ଟ କରି ସେ ଲେଖିଛନ୍ତି, ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆଜି ରୁଟ୍‌ଙ୍କ ବୋଲିଂ ସମ୍ମୁଖୀନ ହେଉଛନ୍ତି। ହେଲେ ଏହି ରୁଟ୍‌ର ସମସ୍ତ ଲାଇନ୍‌ ବ୍ୟସ୍ତ ଅଛି ବୋଲି ସେ କହିଛନ୍ତି।

Share