Posted inଖେଳ

‘ପାର୍ଟି ଏବଂ ଝଗଡ଼ା କରିବାରେ ଧୁରନ୍ଧର ଥିଲେ ଓ୍ବାର୍ନର’

ମୁମ୍ବାଇ,୭।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ନୂତନ ଟିମ୍‌ରୁ ଖେଳି ଜବରଦସ୍ତ ପ୍ରଦର୍ଶନ କରି ଆସୁଛନ୍ତି ଡେଭିଡ ଓ୍ବାର୍ନର। ଗୁରୁବାର ନିଜର ପୁରୁୁଣା ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ୫୮ ବଲ୍‌ରେ ୯୨ ରନ୍‌ କରିଥିଲେ ସେ। ଏହା ଟୁର୍ନାମେଣ୍ଟରେ ତାଙ୍କର ଚତୁର୍ଥ ଅର୍ଦ୍ଧଶତକ। ଓ୍ବାର୍ନର ଗୋଟିଏ ପଟେ ନିଜର ପ୍ରଦର୍ଶନରେ ସମସ୍ତଙ୍କ ହୃଦୟ ଜିତୁଥିବା ବେଳେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ତାଙ୍କ ବିଷୟରେ କିଛି କଥା ଉପରୁ ପରଦା ହଟାଇଛନ୍ତି।

ଦ୍ୱିତୀୟ ସଂସ୍କରଣରୁ ଆଇପିଏଲ୍‌ ସହ ଯୋଡ଼ି ହୋଇ ରହିଛନ୍ତି ଓ୍ବାର୍ନର। ସେ ସେତେବେଳେ ଦିଲ୍ଲୀ ଡେୟାର ଡେଭିଲ୍ସ(ଏବେର ଦିଲ୍ଲୀ କ୍ୟାପିଟାଲ୍ସ) ପକ୍ଷରୁ ଡେବ୍ୟୁ କରିଥିଲେ। ଓ୍ବାର୍ନରଙ୍କ ଡେବ୍ୟୁ ସମୟରେ ସେହ୍ବାଗ ଦିଲ୍ଲୀର ଅଧିନାୟକ ଥିଲେ। ଏବେ ସେହିଦିନଗୁଡ଼ିକୁ ମନେ ପକାଇଛନ୍ତି ସେହ୍ବାଗ।

ଓ୍ବାର୍ନର ପ୍ରଥମେ ଯେତେବେଳେ ଦିଲ୍ଲୀ ସହ ଜଡ଼ିତ ହୋଇଥିଲେ ସେତେବେଳେ ତାଙ୍କ ଧ୍ୟାନ ଖେଳରେ କମ୍‌, ପାର୍ଟି କରିବାରେ ଅଧିକ ଥିଲା। ପ୍ରଥମ ବର୍ଷରୁ ହିଁ କିଛି ଖେଳାଳିଙ୍କ ସହ ତାଙ୍କର ଝଗଡ଼ା ହୋଇଯାଇଥିଲା। ଏହାପରେ ତାଙ୍କୁ ଶେଷ ଦୁଇ ମ୍ୟାଚ୍‌ରେ ଡ୍ରପ୍‌ କରାଯାଇଥିଲା। ଅନେକ ଥର ଆମେ କାହାକୁ ଶିକ୍ଷା ଦେବାକୁ ଯାଇ କିଛି ନୂଆ କରିଥାଉ। ଏଣୁ ଖାଲି ସେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି ବରଂ ଦଳର ବାକି ଖେଳାଳିମାନଙ୍କର ସମାନ ଭୂମିକା ରହିଛି। ଅନେକ ଖେଳାଳି ଭଲ ଖେଳି ମ୍ୟାଚ୍‌ ଜିତାଇପାରନ୍ତି ବୋଲି ତାଙ୍କୁ ଜଣାଇବାକୁ ଚାହିଁଥିଲୁ। ସେଭଳି ହିଁ ହୋଇଥିଲା। ଓ୍ବାର୍ନରଙ୍କୁ ବାଦ୍‌ ଦେଇ ମଧ୍ୟ ଦିଲ୍ଲୀ ମ୍ୟାଚ୍‌ ଜିତିଥିଲା ବୋଲି ସେହ୍ବାଗ କହିଛନ୍ତି।

କହିରଖୁଛୁ, ଆଇପିଏଲ୍‌ ୨୦୨୨ ନିଲାମରେ ଓ୍ବାର୍ନରଙ୍କୁ ଦିଲ୍ଲୀ ଟିମ୍‌ ୬.୨୫କୋଟି ଟଙ୍କାରେ କିଣିଛି। ଏହାପୂର୍ବରୁ ସେ ହାଇଦ୍ରାବାଦ ଟିମ୍‌ର ଅଂଶ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri