Posted inଖେଳ

‘ପାର୍ଟି ଏବଂ ଝଗଡ଼ା କରିବାରେ ଧୁରନ୍ଧର ଥିଲେ ଓ୍ବାର୍ନର’

ମୁମ୍ବାଇ,୭।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ନୂତନ ଟିମ୍‌ରୁ ଖେଳି ଜବରଦସ୍ତ ପ୍ରଦର୍ଶନ କରି ଆସୁଛନ୍ତି ଡେଭିଡ ଓ୍ବାର୍ନର। ଗୁରୁବାର ନିଜର ପୁରୁୁଣା ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ୫୮ ବଲ୍‌ରେ ୯୨ ରନ୍‌ କରିଥିଲେ ସେ। ଏହା ଟୁର୍ନାମେଣ୍ଟରେ ତାଙ୍କର ଚତୁର୍ଥ ଅର୍ଦ୍ଧଶତକ। ଓ୍ବାର୍ନର ଗୋଟିଏ ପଟେ ନିଜର ପ୍ରଦର୍ଶନରେ ସମସ୍ତଙ୍କ ହୃଦୟ ଜିତୁଥିବା ବେଳେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ତାଙ୍କ ବିଷୟରେ କିଛି କଥା ଉପରୁ ପରଦା ହଟାଇଛନ୍ତି।

ଦ୍ୱିତୀୟ ସଂସ୍କରଣରୁ ଆଇପିଏଲ୍‌ ସହ ଯୋଡ଼ି ହୋଇ ରହିଛନ୍ତି ଓ୍ବାର୍ନର। ସେ ସେତେବେଳେ ଦିଲ୍ଲୀ ଡେୟାର ଡେଭିଲ୍ସ(ଏବେର ଦିଲ୍ଲୀ କ୍ୟାପିଟାଲ୍ସ) ପକ୍ଷରୁ ଡେବ୍ୟୁ କରିଥିଲେ। ଓ୍ବାର୍ନରଙ୍କ ଡେବ୍ୟୁ ସମୟରେ ସେହ୍ବାଗ ଦିଲ୍ଲୀର ଅଧିନାୟକ ଥିଲେ। ଏବେ ସେହିଦିନଗୁଡ଼ିକୁ ମନେ ପକାଇଛନ୍ତି ସେହ୍ବାଗ।

ଓ୍ବାର୍ନର ପ୍ରଥମେ ଯେତେବେଳେ ଦିଲ୍ଲୀ ସହ ଜଡ଼ିତ ହୋଇଥିଲେ ସେତେବେଳେ ତାଙ୍କ ଧ୍ୟାନ ଖେଳରେ କମ୍‌, ପାର୍ଟି କରିବାରେ ଅଧିକ ଥିଲା। ପ୍ରଥମ ବର୍ଷରୁ ହିଁ କିଛି ଖେଳାଳିଙ୍କ ସହ ତାଙ୍କର ଝଗଡ଼ା ହୋଇଯାଇଥିଲା। ଏହାପରେ ତାଙ୍କୁ ଶେଷ ଦୁଇ ମ୍ୟାଚ୍‌ରେ ଡ୍ରପ୍‌ କରାଯାଇଥିଲା। ଅନେକ ଥର ଆମେ କାହାକୁ ଶିକ୍ଷା ଦେବାକୁ ଯାଇ କିଛି ନୂଆ କରିଥାଉ। ଏଣୁ ଖାଲି ସେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି ବରଂ ଦଳର ବାକି ଖେଳାଳିମାନଙ୍କର ସମାନ ଭୂମିକା ରହିଛି। ଅନେକ ଖେଳାଳି ଭଲ ଖେଳି ମ୍ୟାଚ୍‌ ଜିତାଇପାରନ୍ତି ବୋଲି ତାଙ୍କୁ ଜଣାଇବାକୁ ଚାହିଁଥିଲୁ। ସେଭଳି ହିଁ ହୋଇଥିଲା। ଓ୍ବାର୍ନରଙ୍କୁ ବାଦ୍‌ ଦେଇ ମଧ୍ୟ ଦିଲ୍ଲୀ ମ୍ୟାଚ୍‌ ଜିତିଥିଲା ବୋଲି ସେହ୍ବାଗ କହିଛନ୍ତି।

କହିରଖୁଛୁ, ଆଇପିଏଲ୍‌ ୨୦୨୨ ନିଲାମରେ ଓ୍ବାର୍ନରଙ୍କୁ ଦିଲ୍ଲୀ ଟିମ୍‌ ୬.୨୫କୋଟି ଟଙ୍କାରେ କିଣିଛି। ଏହାପୂର୍ବରୁ ସେ ହାଇଦ୍ରାବାଦ ଟିମ୍‌ର ଅଂଶ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri