Categories: ଖେଳ

ସେହ୍ବାଗ ବାଛିଲେ ୩ ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୩୦।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପାରମ୍ପରିକ ଭାବେ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ପ୍ଲାଟଫର୍ମ ପାଲଟିଛି। ୨୦୨୨ ସଂସ୍କରଣରେ ପ୍ରଦର୍ଶନକୁ ନେଇ ବିସିସିଆଇ ଚୟନ କମିଟି କିଛି ନୂଆ ମୁହଁଙ୍କୁ ଜାତୀୟ ଦଳରେ ସୁଯୋଗ ଦେଇପାରେ। ଆଇପିଏଲ୍‌ ପରେ ଜୁନ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ। ଏଥିଲାଗି ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ୩ ଦ୍ରୁତ ବୋଲରଙ୍କ ନାମ ପରାମର୍ଶ ଦେଇଛନ୍ତି। ଉମରାନ ମଲିକ ଏବଂ ଆବେଶ ଖାନଙ୍କ ବ୍ୟତିତ ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ସୁଯୋଗ ଦିଆଯାଉ ବୋଲି ସେ ଚାହାନ୍ତି।

କ୍ରିକ୍‌ବଜ ସହ ସାକ୍ଷାତକାରରେ ସେହ୍ବାଗ କହିଛନ୍ତି, ଜୁନ୍‌ରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଉମରାନ,ଆବେଶ,ଅର୍ଶଦୀପଙ୍କୁ ସୁଯୋଗ ମିଳିବା ଆବଶ୍ୟକ। ଏହାଫଳରେ ଅନ୍ତରାଷ୍ଟ୍ରୀୟ ଟିମ୍‌ ବିପକ୍ଷରେ ସେମାନେ କିଭଳି ବୋଲିଂ କରୁଛନ୍ତି ତାହା ଜାଣିହେବ। ସେମାନଙ୍କୁ ଅଭିଜ୍ଞତା ମଧ୍ୟ ମିଳିବ। ଏପରିକି ଜାତୀୟ ଦଳର ପ୍ରମୁଖ ବୋଲରମାନଙ୍କୁ ବିଶ୍ରାମ ଦିଆଯାଇପାରିବ ବୋଲି ସେ କହିଛନ୍ତି।

Share