Posted inଖେଳ

ରୋହିତ-ରାହୁଲଙ୍କ ଓପନିଂ ଭୁଲି ହେବନାହିଁ: ସେହ୍ବାଗ

ନୂଆଦିଲ୍ଲୀ,୧୧।୯: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଅନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଉଭୟ ଟିମ୍‌ ସିରିଜର ୪ ଟେଷ୍ଟ ଖେଳିଥିବା ବେଳେ ଶେଷ ମ୍ୟାଚ୍‌ ବାତିଲ ହୋଇଥିଲା। ଭାରତୀୟ ଟିମ୍‌ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ ମ୍ୟାଚ୍‌କୁ ବାତିଲ କରିଦିଆଯାଇଥିଲା। ତେବେ ମ୍ୟାଚ୍‌ ଯାହାବି ହେଉନା କାହିଁକି ଭାରତ ସିରିଜରେ ୨-୧ରେ ଆଗୁଆ ଥିଲା। ଗତ ଏକ ମାସ ମଧ୍ୟରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ।

ସେ କହିଛନ୍ତି, ଭାରତର ନୂଆ ଟେଷ୍ଟ ଓପନିଂ ଯୋଗି ଭଲ ପ୍ରଦର୍ଶନ କରୁଛନ୍ତି। ସେ ପ୍ରାରମ୍ଭରୁ ଭଲ ଖେଳି ନ ଥିଲେ ଭାରତୀୟ ଦଳ ସଂଘର୍ଷ କରିଥାନ୍ତା। ଏଣୁ କେଏଲ୍‌ ରାହୁଲ ଏବଂ ରୋହିତ ଶର୍ମାଙ୍କ ଯୋଗଦାକୁ ଭୁଲିହେବନାହିଁ। ଉଭୟଙ୍କ ମଧ୍ୟରେ ଭାଗିଦାରୀ ହୋଇ ନ ଥିଲେ, ମିଡିଲ୍‌ ଅର୍ଡର ଖେଳାଳିମାନେ ଶୀଘ୍ର ପଡ଼ିଆକୁ ଓହ୍ଲାଇଥାନ୍ତେ। ସେମାନେ ସଂଘର୍ଷ କରୁଥିବା ହେତୁ ଦଳ ମଧ୍ୟ ସଂଘର୍ଷ କରିଥାନ୍ତା ବୋଲି ସେ କହିଛନ୍ତି।

ପୁରା ସିରିଜରେ ରୋହିତ-କେଏଲଙ୍କ ଯୋଡ଼ି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଲଡ୍ସରେ ଏହି ଯୋଡ଼ି ଶତକ ମାରିଥିଲେ। କେବଳ ଓପନର୍‌ମାନେ ଭଲ ଆରମ୍ଭ ଦେଇଥିବା ଯୋଗୁ ଭାରତ ମଜଭୂତ ହୋଇଥିଲା। ଉଭୟ ବ୍ୟାଟ୍ସମ୍ୟାନ ଭାରତକୁ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲେ ବୋଲି ସେହ୍ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri