Posted inଖେଳ

ଅଧିନାୟକ ପଦ ଛାଡ଼ିବା ଉପରେ ମୁହଁ ଖୋଲିଲେ ବିରାଟ

ବେଙ୍ଗାଲୁରୁ,୬ା୫: ଆଥଲେଟ୍‌ଙ୍କ ଜୀବନରେ ଏମିତି ସମୟ ଆସେ, ଯେତେବେଳେ ସମର୍ଥକଙ୍କ ଆଶା ଆହୁରି ଭଲ ପ୍ରଦର୍ଶନ କରିବାକୁ ମୋଟିଭେଶନ ଯୋଗାଇବା ବଦଳରେ ଏକ ବୋଝ ପାଲଟିଯାଏ। ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ କ୍ୟାରିୟରରେ ୨୦୧୬ରୁ ୨୦୧୯ ମଧ୍ୟରେ ସେଭଳି ସମୟ ଆସିଥିଲା। ଏହି ବୋଝ ଅତ୍ୟଧିକ ହେବାରୁ କୋହଲି ଭାରତୀୟ ଦଳ ଓ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଅଧିନାୟକ ପଦ ଛାଡ଼ିଥିଲେ। ଏ ନେଇ କୋହଲି ମଙ୍ଗଳବାର ଆର୍‌ସିବି ପଡକାଷ୍ଟରେ ପ୍ରକାଶ କରିଛନ୍ତି।

୮ରୁ ୯ ବର୍ଷ ହେଲା ଭାରତୀୟ ଦଳ ଓ ୯ ବର୍ଷ ଧରି ଆର୍‌ସିବି ଦଳର ନେତୃତ୍ୱ ନେଉଥିଲି। ଏଥିସହିତ ପ୍ରତ୍ୟେକ ମ୍ୟାଚ୍‌ରେ ମୁଁ ବ୍ୟାଟରେ ପ୍ରଦର୍ଶନ କରିବି ବୋଲି ସମର୍ଥକଙ୍କ ଆଶା ମଧ୍ୟ ରହିଥିଲା। ଏହା ଅତ୍ୟଧିକ ହୋଇଯାଇଥିଲା। ଏହାକୁ ନେଇ ଅତ୍ୟଧିକ ଚର୍ଚ୍ଚା ଓ ତୀବ୍ରତା ଯୋଗୁ ମୋ ପାଖରେ ନିଶ୍ୱାସ ନେବାକୁ ସ୍ଥାନ ମିଳୁ ନ ଥିଲା। ମୁଁ କଦାପି ଚର୍ଚ୍ଚାରେ ନ ଥିବା ଭଳି ଅନୁଭବ କରିନାହିଁ। ଲଗାତର ମୋ ନେତୃତ୍ୱ ଓ ପ୍ରଦର୍ଶନକୁ ସମ୍ମୀକ୍ଷା କରାଯାଉଥିଲା।

ଶେଷରେ ମୋତେ ନିଜକୁ ପଚାରିବାକୁ ପଡ଼ିଥିଲା ଯେ, ମୁଁ ଏବେ ବି ଖୁସି ଅଛି କି। ମୁଁ ଏହାକୁ ଜାରି ରଖିବାକୁ ଚାହୁଁଛି କି’ ବୋଲି କୋହଲି କହିଛନ୍ତି। ୨୦୨୧ ଆଇପିଏଲ୍‌ ଶେଷ ହେବା ପରେ କୋହଲି ଆର୍‌ସିବି ନେତୃତ୍ୱରୁ ଓହରି ଯାଇଥିଲେ। ଏହାପରେ ସେ ଭାରତୀୟ ଟି୨୦ ଦଳର ନେତୃତ୍ୱ ମଧ୍ୟ ଛାଡ଼ିବା ପରେ ତାଙ୍କୁ ଦିନିକିଆ ଦଳର ନେତୃତ୍ୱରୁ ବିସିସିଆଇ ହଟାଇଥିଲା। ୨୦୨୨ ଆରମ୍ଭରେ କୋହଲି ଟେଷ୍ଟ ଦଳର ନେତୃତ୍ୱ ମଧ୍ୟ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri