Categories: ଖେଳ

କ୍ରିକେଟ୍‌ ଛାଡି ଏବେ ଫୁଟ୍‌ବଲ୍‌ ଖେଳିଲେ କୋହଲି: ପ୍ରଶଂସକ କହିଲେ..

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇଂଲଣ୍ଡ ଗସ୍ତରେ ଯାଉଥିବା ଖେଳାଳିଙ୍କ ସହ କୋହଲି ମୁମ୍ବାଇରେ ବିସିସିଆଇ ଦ୍ୱାରା ପ୍ରସ୍ତୁତ ବାୟୋ-ବବୁଲରେ ଅଛନ୍ତି। ଭାରତୀୟ ଖେଳାଳିମାନେ ଜୁନ ୨ରେ ଇଂଲଣ୍ଡ ଯିବେ। ସେଠାରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଏବଂ ଇଂଲଣ୍ଡ ଦଳ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ବିରାଟ କୋହଲିଙ୍କ ଫୁଟବଲ ଖେଳୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ କୋହଲି ନିଜେ ଶେୟାର କରିଛନ୍ତି।
ବ୍ୟାଟିଂ ଅଭ୍ୟାସ କରିବା ପରିବର୍ତ୍ତେ କୋହଲିଙ୍କୁ ଫୁଟବଲ ଗ୍ରାଉଣ୍ଡରେ ଦେଖିବାକୁ ମିଳୁଛି। ଆଇପିଏଲ ସମୟରେ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସାଥୀ ଖେଳାଳିଙ୍କ ସହ ଫୁଟବଲ ଖେଳୁଥିବା ଦେଖାଯାଇଥିଲା। ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଧ୍ୟ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ।

ଭିଡିଓ ପୋଷ୍ଟ କରି ବିରାଟ କୋହଲି ଲେଖିଛନ୍ତି ଯେ ସେ ଆକ୍ସିଡେଣ୍ଟାଲ କ୍ରସର ବାର୍‌ ଚ୍ୟାଲେଞ୍ଜ ଏବଂ ହସୁଥିବା ଇମୋଜି ମଧ୍ୟ ଶେୟାର କରିଛନ୍ତି। ବିରାଟ କୋହଲିଙ୍କ ଏହି ପୋଷ୍ଟରେ ତାଙ୍କ ଇଣ୍ଡିଆନ ସୁପର ଲିଗ ଦଳ ଏଫସି ଗୋଆ ମଧ୍ୟ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ଓ୍ବାଓ! କି ଅଦ୍ଭୁତ ପ୍ରୟାସ! ଏହା ବ୍ୟତୀତ ଲୋକମାନେ କୋହଲିଙ୍କ ଫୁଟବଲ ଦକ୍ଷତାକୁ ବାର୍ସିଲୋନା ତାରକା ଲିଓନେଲ ମେସି ଏବଂ ପର୍ତ୍ତୁଗୀଜ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋଙ୍କ ସହ ତୁଳନା କରିଛନ୍ତି।

Share