Posted inଖେଳ

IND vs PAK: ୧୪,୦୦୦ ରନ୍‌ ପୂରଣ କଲେ କୋହଲି

ଦୁବାଇ,୨୩।୨: ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍‌ ପୂରଣ କରିଛନ୍ତି। ୧୨.୨ ଓଭରରେ ପାକିସ୍ତାନ ବୋଲର ହାରିସ୍‌ ରୌଫଙ୍କୁ ଚୌକା ମାରି ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଏଥିସହ ସେ ଦିନିକିଆରେ ଭାରତର ଦ୍ୱିତୀୟ ସର୍ବାଧିକ ରନ୍‌ସ୍କୋରର ହୋଇପାରିଛନ୍ତି। ସଚିନ ତେନ୍ଦୁଲକର ୧୮,୪୨୬ ରନ୍‌କରି ପ୍ରଥମ ସ୍ଥାନରେ ରହିଛନ୍ତି।

ବିରାଟ କୋହଲି ଦିନିକିଆରେ ଦ୍ରୁତ ତମ ୧୪୦୦୦ ରନ୍‌ ପୂରଣ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସଚିନଙ୍କ ପରି, କୋହଲି ମଧ୍ୟ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି। କୋହଲି ବିଶ୍ୱର ତୃତୀୟ ବ୍ୟାଟର ଯିଏକି, ଏକଦିବସୀୟ ମ୍ୟାଚ୍‌ରେ ଏତେ ରନ୍‌ କରିଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ବ୍ୟାଟର ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରା ଦିନିକିଆରେ ୧୪୦୦୦ ରନ୍‌ ପୂରଣ କରିଛନ୍ତି।

ସଚିନ ୨୦୦୬ରେ ଏହି ସଫଳତା ହାସଲ କରିଥିଲେ। ସେହି ସମୟରେ ସଚିନ ପେଶାୱରରେ ପାକିସ୍ତାନ ବିପକ୍ଷରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଏହା ଏକ ସଂଯୋଗ ଯେ, ଉଭୟ ମହାନ ବ୍ୟାଟର କେବଳ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି।

କୋହଲିଙ୍କ କ୍ୟାଚ୍‌ ରେକର୍ଡ

ଏହି ମ୍ୟାଚ୍‌ରେ କୋହଲି ୨ଟି କ୍ୟାଚ୍‌ ନେଇଥିଲେ। ପ୍ରଥମେ ସେ ହର୍ଷିତ ରାଣାଙ୍କ ବଲ୍‌ରେ ଖୁସଦିଲ ଶାହାଙ୍କୁ ଏବଂ ପରେ କୁଲଦୀପ ଯାଦବଙ୍କ ବଲ୍‌ରେ ନସିମ ଶାହାଙ୍କୁ କ୍ୟାଚ୍‌ କରି ପାଭିଲିୟନ ପଥ ଦେଖାଇଥିଲେ। ଏଥିସହ ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ସବୁଠାରୁ ଅଧିକ କ୍ୟାଚ୍‌ ନେବାରେ ରେକର୍ଡ କରିଛନ୍ତି। ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ ୧୫୬ଟି କ୍ୟାଚ୍‌ ନେଇ ଭାରତୀୟ ରେକର୍ଡର ଅଧିକାରୀ ଥିବାବେଳେ କୋହଲିଙ୍କ କ୍ୟାଚ୍‌ ସଂଖ୍ୟା ୧୫୮ରେ ପହଞ୍ଚିଛି। ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୨୧୮ ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୬୦ କ୍ୟାଚ୍‌ ନେଇ ଏହି ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ…

ICC Player of the Month ପାଇଁ ଏହି ୩ ଖେଳାଳି ମନୋନୀତ: ଜଣେ ଟିମ୍‌ଇଣ୍ଡିଆକୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୧।୯: ଅଗଷ୍ଟ ମାସ ପାଇଁ ‘ଆଇସିସି ପ୍ଲେୟାର ଅଫ ଦି ମନ୍ଥ’ (ICC Player of the Month) ପୁରସ୍କାର ନିମନ୍ତେ ତିନିଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି।…

ଗ୍ରାହକ ତଥ୍ୟକୁ ବ୍ୟବସାୟିକ ସମ୍ପତ୍ତି ବିବେଚନା ନ କରିବା ଉଚିତ: ଆରବିଆଇ ଗଭର୍ନର

ମୁମ୍ବାଇ,୧୧ା୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ସଞ୍ଜୟ ମାଲହୋତ୍ରା ଗୁରୁବାର ଫିନ୍‌ଟେକ୍‌ କମ୍ପାନୀଗୁଡିକୁ ଗ୍ରାହକମାନଙ୍କ ଡାଟା ବା ତଥ୍ୟ ଉପଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଫିନ୍‌ଟେକ୍‌…

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଗ୍ରାହକ ହନ୍ତସନ୍ତ, ବ୍ୟାଙ୍କସେବା ପ୍ରଭାବିତ ହେବା ଆଶଙ୍କାରେ…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ସ୍କିମ୍‌କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ…

ହାତୀପଲ ଖାଇଯାଉଛନ୍ତି ପନିପରିବା, ଧାନଫସଲ ଦଳଚକଟି ନଷ୍ଟ କରିବା ସହ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର, ହାତୀଆଡ଼ି, ଦେଓଖାଳି, ବାଗଡ଼ା, ସୁମନ୍ତପୁର, କରପଡ଼ା ସମେତ ଚିକିଟି ବ୍ଲକର କେ.ନୂଆଗାଁ ଆଦି ଗ୍ରାମରେ ଗତ…

ସ୍କୁଲରେ ଛାତ୍ରୀଙ୍କୁ ଘାରିଛି ଭୂତଭୟ, ଜଣଙ୍କ ପରେ ଜଣେ ହଠାତ୍‌ ତଳେପଡ଼ି ଗପୁଛନ୍ତି ଏଣୁତେଣୁ, ଆଜି ମେଡିକାଲ ଟିମ୍‌ ପହଞ୍ଚି…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri