ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍ ୨୨ରେ ତାଙ୍କ ଫିଟ୍ନେସ ଟେଷ୍ଟ ହେବ। ଏଥିପାଇଁ ତାଙ୍କୁ ସେଦିନ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ(ସିଓଇ)ଠାରେ ହାଜର ହେବାକୁ ପଡ଼ିବ।
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଅହମଦାବାଦଠାରେ ଗୁଜରାଟ ଟାଇଟନ୍ସ ବିପକ୍ଷ ଫାଇନାଲ ମ୍ୟାଚ୍ ବେଳେ ତାଙ୍କ ଡାହାଣ ଉରୁସନ୍ଧିରେ ଆଘାତ ଲାଗିଥିଲା। କୋହଲି ବର୍ତ୍ତମାନ ତାଙ୍କ ପରିବାର ସହ ଲଣ୍ଡନରେ ଅବସ୍ଥାନ କରୁଛନ୍ତି।
ଖବର ଅନୁସାରେ ସିଓଇ ସ୍ପୋଟର୍ସ ସାଇନ୍ସର ଜଣେ ସଦସ୍ୟ କୋହଲିଙ୍କ ଫିଟ୍ନେସ ଷ୍ଟାଟସ ଯାଞ୍ଚ କରିବା ଲାଗି ୟୁକେ ଗସ୍ତ କରିଥିଲେ। ସେଠାରେ ସେ କୋହଲିଙ୍କୁ ରିହାବିଲିଟେଶନ କାର୍ଯ୍ୟକ୍ରମ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇ ଫେରିଥିଲେ।